ମହିନ୍ଦ୍ରା ପକ୍ଷରୁ ମାଗଣା ଚେକ୍ଅପ୍ ଶିବିର

ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଏକ ମେଗା ଚେକ୍ଅପ୍ ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉକ୍ତ ଶିବିର ଅନୁଷ୍ଠିତ ହେବ। ଏହି ଅବସରରେ ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ବ୍ରାଣ୍ଡ୍ର ବିଭିନ୍ନ ଗାଡ଼ି ପାଇଁ ଏକ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ବିଶେଷକରି ଲେବର ଚାର୍ଜ, ସ୍ପେୟାର ପାର୍ଟ ଓ ଭ୍ୟଲ୍ୟୁ ଆଡେଡ୍ ସର୍ଭିସ୍ ଆଦି ଉପରେ ରିହାତି ଦିଆଯାଉଛି।
ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ମହିନ୍ଦ୍ରା ପରିସରରେ ଆନୁଷ୍ଠାନିକ ଭାବେ ଉକ୍ତ ଶିବିରର ଶୁଭାରମ୍ଭ କରାଯାଇଛି। ପାହାଳ ସ୍ଥିତ ଉତ୍କଳ ମହିନ୍ଦ୍ରା ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡ଼ାବିତ ଦୂତୀ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ଅଟୋ ମୋବାଇଲ୍ସର ନିର୍ଦ୍ଦେଶିକା ସୁଦୀପ୍ତା ପାରୀକ୍ଷ, ଜିଏମ୍ ସର୍ଭିସ୍ ହେମନ୍ତ କୁମାର ସାହୁ, ସୁରେନ୍ଦ୍ର ପଟ୍ଟନାୟକ, ଡିଜିଏମ୍ ପ୍ରତାପ ଧଳ ସାମନ୍ତ, ସର୍ଭିସ୍ ମ୍ୟାନେଜର ବିଶ୍ୱଜିତ ବାରିକ, ସିନିୟର ସର୍ଭିସ୍ ମ୍ୟାନେଜର କିଶୋର ଚନ୍ଦ୍ର ତ୍ରିପାଠୀ, ବିଡିଏମ୍ ସ୍ପେୟାର ପ୍ରଦୀପ୍ତ ମହାନ୍ତିଙ୍କ ସମେତ କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!