ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା

ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା । ଗ୍ୱାଲିୟରରୁ ତିନୋଟି ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯିବ । ମାସେ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ କ୍ୱାରେଣ୍ଟାଇନରେ ରହିବେ ।

ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି କରାଯାଇଛି । ଗ୍ୱାଲିୟର ଆସୁଥିବା ଏହି ଚିତାକୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଚିତାର ଆଗମନ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବେ ।

ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ, ଏହି ଚିତାବାଘ ଗୁଡ଼ିକୁ କୁନୋ ନ୍ୟାଶନାଲ ପାର୍କରେ ମାସେ ଧରି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!