ଏପ୍ରିଲ ମାସ ୨୫ ତାରିଖ ଦିନ ଖୋଲିବ କେଦାରନାଥ ପୀଠ

ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ କେଦାରନାଥ ମନ୍ଦିରର କପାଟ ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ ।

ତେଣୁ କେଦାରନାଥରେ ଭକ୍ତଙ୍କ ଗହଳି ବଢିବ ବୋଲି ବି ଅନୁମାନ କରାଯାଉଛି ।ସୂଚନାଯୋଗ୍ୟ ଯେ, ବାବା କେଦାରଙ୍କ ଡୋଲି ସର୍ବପ୍ରଥମେ ଏପ୍ରିଲ ୨୪ ତାରିଖରେ ସେଠାରେ ପହଞ୍ଚିବ ।

ଏହା ଓମକାରେଶ୍ୱର ମନ୍ଦିର, ଉଖୀମଠ ଦେଇ କେଦାରନାଥରେ ପହଞ୍ଚିବା ପରେ ବିଧି ମୁତାବକ ଧାର୍ମିକ କାମ ଆରମ୍ଭ ହେବ । ତେବେ ସମସ୍ତ ଧାର୍ମିକ କାମ ଶେଷ ହେବା ପରେ ସକାଳ ୬ଟା ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲାଯିବ । ସୂଚନାଯୋଗ୍ୟ ଯେ, ଶୀତ କାରଣରୁ କେଦାରନାଥ ଯାତ୍ରା ବର୍ତ୍ତମାନ ବନ୍ଦ ଅଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!