ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ

ପୁଣି ୨୦୨୫ରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି। ତାଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।ଏବେ ଦ୍ବିତୀୟ ଥର ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିବା ପରେ ବୈଜୟନ୍ତ ପଣ୍ଡାଙ୍କ ଲାଗି ପୁଣି ଏକ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ସେ ଯଦି ପୁଣି ଥରେ ଆସାମରେ ନିଜର ଦକ୍ଷତା ପ୍ରଦର୍ଶନ ପୂର୍ବକ ବିଜେପିକୁ କ୍ଷମତାସୀନ କରିବାରେ ସଫଳ ହେବେ, ତେବେ ବିଜେପିରେ ତାଙ୍କର ଉଚ୍ଚତା ଆହୁରି ବଢ଼ିବ ବୋଲି କୁହାଯାଇପାରେ।

କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ଏବେ ବିଜେପି ଶାସନ କ୍ଷମତାରେ ଅଛି। ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଥିଲା। ୨୦୨୪ରେ ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଇଥିଲା। ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଥିଲେ। ବିଜୟ ଆଶାରେ ବିଜେପି ଦୁଇ ପାୱାରଫୁଲ୍‌ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲା। ଗତ ବର୍ଷ ବି ବୈଜୟନ୍ତ ପଣ୍ଡା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ନୂଆଦିଲ୍ଲୀରେ ବିଜେପିକୁ ଦୀର୍ଘ ବର୍ଷ ପରେ ପୁଣି କ୍ଷମତାର ସ୍ବାଦ ଚଖାଇଥିଲେ।

Post Views2 Total Count

Apply Now


This will close in 0 seconds

error: Content is protected !!