ମୟୂରଭଞ୍ଜ ଜିଲ୍ଲାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଥିବା ବେଳେ ସୀମାନ୍ତ ପ୍ରବେଶ ପଥ ମୁକୁଳା ପଡ଼ିଛି। ଫଳରେ ଲଘୁ ଖଣିଜ ଚୋରା ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଜିଲ୍ଲାର ସମସ୍ତ ଥାନା ମଧ୍ୟରୁ ୧୪ଟି ଥାନା ଆନ୍ତଃରାଜ୍ୟ ସୀମାକୁ ଲାଗିଛି। ଏହାପରେ ମଧ୍ୟ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଇପାରୁ ଯାଇପାରୁନାହିଁ । ସୀମାନ୍ତରେ ସ୍ଥାୟୀ ଭାବେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ମଧ୍ଯ ହେଉନାହିଁ। ଜିଲ୍ଲାର ଆନ୍ତଃରାଜ୍ୟ ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲାଗିନଥିବାରୁ ଚୋରି, ଡକାୟତି ,ଲୁଟ, ହତ୍ୟା, ବେଆଇନ ନିଶାଦ୍ରବ୍ୟ ଓ ଲଘୁ ଖଣିଜ ଚୋରାଚାଲାଣ ହେଉଛି।
ସୋସିଆଲ ମିଡିଆ ଏକ୍ସରେ ଏସମ୍ପର୍କରେ ନବଚରଣ ମାଝୀ ପଟୋ ସେୟାର କରି କହିଛନ୍ତି, ‘ମୋ ମୟୂରଭଞ୍ଜ ସାଂସଦୀୟ କ୍ଷେତ୍ର ୨ଟି ରାଜ୍ୟ (ଝାରଖଣ୍ଡ ଓ ପଶ୍ଚିମବଙ୍ଗ)ର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଅସାମାଜିକ କାର୍ଯ୍ୟକଳାପ ଏବଂ ମହିଳା ସୁରକ୍ଷା କୁ ଦୃଷ୍ଟିରେ ରଖି ଆଜି ଭାରତ ସରକାରଙ୍କ ମାନ୍ୟବର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ସାକ୍ଷାତ କରି ପ୍ରତିଟି ସନ୍ଦିଗ୍ଧ ଛକରେ ସିସିଟିଭି ଦେବାକୁ ଅନୁରୋଧ କରିଛି।’

