ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ଭୋଟ୍‌ ଗଣତି

ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଷ୍ଟ୍ରଙ୍ଗ ରୁମରେ ସିଲ୍‌ ହୋଇଥିବା ଇଭିଏମ୍‌ ଖୋଲାଯିବ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ଏବଂ ଭୋଟ୍‌ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ପ୍ରାଶସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

୮୩.୪୫ ପ୍ରତିଶତ ମତଦାନ

ଭୋଟ୍‌ ଗଣତି ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍‌ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍‌ ୮୩.୪୫% ମତଦାନ ହୋଇଛି।

ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍‌

ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ହୋଇଥିଲା। ଏହା ସୂଚାରୁ ରୂପେ ସଂପର୍ଣ୍ଣ ହୋଇଥିଲା।ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସୁରକ୍ଷା ଦେଇଥିଲେ। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିଲା। ସୁରକ୍ଷା ବ୍ୟବସ୍ଥା ଭଲ କରାଯାଇଥିଲା। ଆସନ୍ତା ୧୪ ତାରିଖରେ ମତ ଗଣତି ହେବ। ସମସ୍ତ ପୋଲ ଇଭିଏମ ସିଲ ହୋଇ ଷ୍ଟ୍ରଙ୍ଗରୁମ୍‌ରେ ରହିଛି। ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ୍‌କୁ ଲାଗିଥିବା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ  (ସିଏପିଏଫ୍‌) ତତ୍ବାବଧାନରେ ଅଛି।

 

ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲାଟ୍‌

ଆସନ୍ତାକାଲି ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ୮ଟା ୩୦ରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥି ପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ। ଆଶା କରୁଛୁ ମତଦାନ ସୁରୁଖୁରୁରେ ହେବ।

 

ଗୁରୁତ୍ବପୂର୍ଣ୍ଣ ସମୟ: ଏସ୍‌ପି

ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ୍‌ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ଆସନ୍ତାକାଲି ଆମ ପାଇଁ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ସମୟ ହେବ। ନୂଆପଡ଼ା ଉପନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣତି ସମୟରେ ସିଏପିଏଫ୍‌, ବିଏସ୍‌ଏଫ୍‌, ଏସ୍‌ଏପି ଓ ରାଜ୍ୟ ପୁଲିସ ମୁତୟନ ରହିବେ। ଗଣତିସ୍ଥଳକୁ ବାହାରକୁ ଛଡ଼ାଯିବ ନାହିଁ। ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

Post Views2 Total Count

Apply Now


This will close in 0 seconds

error: Content is protected !!