୩୪ଟି ନୂଆ ଏନଏସି ଗଠିତ, ୫ ଏନଏସି ହେଲା ମ୍ୟୁନିସିପାଲିଟି

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠନ ହେଲା। ଚାରିଟି ଜିଲ୍ଲାରେ ୫ଟି ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ଉନ୍ନିତ କରାଯାଇଛି। 

ସେହିପରି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡ଼ା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡ଼ାଖଣ୍ଡି, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ରହିଛି। 

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଏବେ ମୋଟ୍ ୧୧୫ଟି ପୌରସଂସ୍ଥା ଥିବାବେଳେ ଏଥିରୁ ୫ଟି ମହାନଗର ନିଗମ, ୪୭ଟି ମ୍ୟୁନିସିପାଲିଟି ଏବଂ ୬୩ଟି ଏନ୍‌ଏସି ଥିଲା। ଆଜିର ଘୋଷଣା ପରେ ମ୍ୟୁନିସିପାଲିଟି ସଂଖ୍ୟା ୫୨ ହୋଇଥିବାବେଳେ ଏନ୍‌ଏସି ସଂଖ୍ୟା ୯୨ରେ ପହଞ୍ଚିଛି।ରାଜ୍ୟର ମୋଟ୍ ପୌରସଂସ୍ଥା ସଂଖ୍ୟା ୧୪୯ ହୋଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!