ଓଡ଼ିଶାରେ ପୂଳା ପୂଳା ନିଯୁକ୍ତି ସୁଯୋଗ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୧୫ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ରାଜ୍ୟକୁ ୩୩୫୩.୧୫ କୋଟିର ନିବେଶ ଆସିବ ଏବଂ ୪୬୩୭ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଓଡ଼ିଶା ଟେକ୍ସଟାଇଲ ମାନୁଫାକଚରିଂ ଖୋର୍ଦ୍ଧାରେ ବୟନ ବର୍ଜ୍ୟବସ୍ତୁରୁ ପ୍ରକ୍ରିୟାକୃତ ସୂତା ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ଏହି ୟୁନିଟରେ ୫୩୫ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଇଟିସି ଭୁବନେଶ୍ୱରରେ ଏହାର ୫ ଷ୍ଟାର ୱେଲ୍‌କମ ହୋଟେଲ୍‌କୁ ସମ୍ପ୍ରସାରଣ କରିବ । ଏଥିରେ ୧୧୯ କୋଟି ଟଙ୍କା ନିବେଶ ସହ ଅତିରିକ୍ତ ୨୪୦ ନିଯୁକ୍ତି ସୃଷ୍ଟି ହେବ ।

ଏସ୍‌ଜେ ଜେଆର୍‌ଜି ଭେଞ୍ଚର୍ସ ଏଲ୍‌ଏଲ୍‌ପି ୧୦୦ କୋଟି ବିନିଯୋଗରେ ପୁରୀରେ ହୋଟେଲ ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର (ଲାଇଫ୍‌ ଗ୍ରୁପ ଅଫ୍‌ ହୋଟେଲ୍‌ସ) କୋରାପୁଟରେ ୫୦ କୋଟି ନିବେଶରେ ୪ ଷ୍ଟାର ରିସର୍ଟ ସୁବିଧା କରିବ । ୨ ପ୍ରକଳ୍ପ ଦ୍ୱାରା ୩୮୦ ନିଯୁକ୍ତି ସୃଷ୍ଟି ହେବ ।

ରାଜ୍ୟରେ ରିଲାଏନ୍ସ ବାୟୋ ଏନର୍ଜି କମ୍ପ୍ରେସଡ ବାୟୋ ଗ୍ୟାସ ଏବଂ ପରମେଣ୍ଟେଡ ମାନ୍ୟୁର ପ୍ଲାଣ୍ଟ ଅର୍ଗାନିକ ମାନ୍ୟୁର ପ୍ଲାଣ୍ଟ ପୁରୀରେ ସ୍ଥାପନ କରିବ । ୧୨୧ କୋଟି ଟଙ୍କା ଏହି ୟୁନିଟରେ ନିବେଶ ହେବ । କଟକରେ ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ପଞ୍ଜ ଆଇରନ, ବିଲେଟ, ଫେରୋ ଆଲୟ, ସିଣ୍ଟର ସହ ଏକ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ବସାଇବ । ଏଠାରେ ୮୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଝାରସୁଗୁଡ଼ାରେ ଏଚ୍‌ଏମ୍‌ ପାୱାର ଆଣ୍ଡ୍‌ କେବଲ ଲିମିଟେଡ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବଲ ଏବଂ ୱେୟାର ମାନୁଫାକଚରିଂ ୟୁନିଟ୍‌ ୫୫.୭୨ କୋଟି ଟଙ୍କା ବିନିଯୋଗରେ ବସାଇବ । ନେକ୍ସ ଥର୍ମାଲ ଏସିଆ ଲିମିଟେଡ ଖୋର୍ଦ୍ଧାରେ ହିଟିଂ ଏଲିମେଣ୍ଟ କାରଖାନା ବସାଇବାକୁ ଯାଉଛି ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୫୪୨ କୋଟି ଟଙ୍କା ବିନିଯୋଗ କରିବେ କମ୍ପାନି । ଖୋର୍ଦ୍ଧାରେ ଭୁବନେଶ୍ୱରୀ ଫୁଡ୍‌ସ ଆଣ୍ଡ୍‌ ବେଭରେଜ ୟୁନିଟ ଆସିବ । ଏଥିରେ ୮୦୦ କୋଟି ଟଙ୍କା ନିବେଶ କରିବ କମ୍ପାନି । ସେହିଭଳି ଅବାନ ବେଭରେଜ, ୬୨୨ କୋଟି ଟଙ୍କା ବିନିଯୋଗରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଜିଓ ଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ, ଆଭିରା ଡିଷ୍ଟିଲେରୀ ଭଳି କମ୍ପାନିଗୁଡ଼ିକ ମଧ୍ୟ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବାକୁ ଯାଉଛନ୍ତି । ଏସବୁ ନିବେଶ ଦ୍ୱାରା ୧୩୫୦ ନିଯୁକ୍ତି ସୃଷ୍ଟି ହେବ ।

ସେହିଭଳି ଇଫ୍ୟୁନେକ୍ସ ପ୍ରାଇଭେଟ ହେଲ୍‌ଥକେୟାର କଟକରେ ଇନଟ୍ରାଭେନସ ଫ୍ଲୁଇଡ ୟୁନିଟ୍‌ ସ୍ଥାପନ କରିବ । କଟକରେ ଅଲ୍‌ଟ୍ରାଟେକ ସିମେଣ୍ଟ ଏହାର ଉତ୍ପାଦନ ୟୁନିଟ କ୍ଷମତା ୩ରୁ ୬ ନିୟୁତ ଟନ୍‌କୁ ବୃଦ୍ଧି କରିବ । ଏଥିରେ କମ୍ପାନି ୩୭୨ କୋଟି ଟଙ୍କା ନିବେଶ କରିବ ଏବଂ ୫୮୧ ଲୋକଙ୍କୁ ନିଯୁକ୍ତି ମିଳିବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!