ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ବିଜୟୀ । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କଲେ ଉପାସନା ।୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ହରାଇ ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବ୍ରହ୍ମଗିରି ବର୍ଷ ବର୍ଷ ଧରି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ରା ଲଢେଇ ଦେଖିଛି । ଲୁଲୁ କଂଗ୍ରେସ ଟିକେଟରୁ ବ୍ରହ୍ମଗିରିରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ରେ ବାଜି ମାରି ନେଇଥିଲେ ସଂଜୟ ଦାସବର୍ମା । ଲୁଲୁଙ୍କ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଉପାସନା ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ଭାବେ ଲଢି ସଂଜୟ ଦାସବର୍ମାଙ୍କୁ ମାତ୍ ଦେଇଥିଲେ । ଏଥର ଉପାସନା ଦାଦାଙ୍କ ବିଜୟ ରଥକୁ ଆଗକୁ ବଢାଇଛନ୍ତି । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କରି ବାଜିମାତ୍ କରିଛନ୍ତି ଉପାସନା ।
Related Posts
ତେଇଶି ଦେଖାଇବ ଚବିଶି ରାସ୍ତା; ତିନି ପ୍ରମୁଖ ଦଳ ପାଇଁ ଆଣିବ ଅନେକ ଆହ୍ୱାନ
ନୂଆବର୍ଷ ୨୦୨୩। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ ଓଡ଼ିଶା ରାଜନୀତି ପାଇଁ ଆଣିବ ଅନେକ ଆହ୍ବାନ। ବିଶେଷ କରି…
ଆଦିବାସୀ ସମାଜର ବିକାଶ ମୋର ଲକ୍ଷ୍ୟ: ସାଂସଦ
କେନ୍ଦୁଝର ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଅନନ୍ତ ନାୟକ ଆଜି ସଂସଦରେ ଲୋକସଭା ସଦସ୍ୟ ଭାବେ…
୧୧୨ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି
୨୦୨୪ ନିର୍ବାଚନ ପାଇଁ ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ବଳକା ୩୫ ଆସନରେ ବିଜେପି…

