ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଅଗ୍ରୀମ ଟଙ୍କା

ହାଇସ୍କୁଲ ଶିକ୍ଷକ ଓ   କର୍ମଚାରୀଙ୍କୁ ଘର ପାଇଁ ଅଗ୍ରୀମ ଟଙ୍କା ମିଳିବ ।  ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି । ନୂଆ ଜମି କିଣିବା ଲାଗି ମଧ୍ୟ ଶିକ୍ଷକ ଓ  କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ଦିଆଯିବ । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅର୍ଥ ପ୍ରଦାନ କରାଯିବ ।
ଏସବୁ ପାଇଁ   ଆବେଦନକାରୀ ମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ  କୁହାଯାଇଛି । ତେବେ ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀ ମାନେ ଜମିର ତଥ୍ୟ ପ୍ରଦାନ କରିବେ । ଜମିର ମୂଲ୍ୟ ଏବଂ  ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ । ସେହିପରି  ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି  ନିର୍ମାଣ ବିଭାଗ କିମ୍ବା ବିଡିଏ, ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ୱାରା ଆକଳନ ତଥ୍ୟ ଦାଖଲ କରିବେ । ଏଥିସହ  ହାଉସ୍ ପ୍ଲାନ୍‌ ମଧ୍ୟ ଦାଖଲ କରିବେ ଆବେଦନକାରୀ ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!