ସମୃତିର ପଥ ଉନ୍ମୁକ୍ତ : “ଓଡିଶାରେ ଟାଟା ଷ୍ଟିଲର ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସୁଯୋଗ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ଅର୍ଥ ନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ଅନେକ ସକ୍ରିୟ ପଦକ୍ଷେପ ନେଇଛି । ଏହାକୁ ବ୍ୟବସାୟ ତଥା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଥମ ଆକର୍ଷଣରେ ପରିଣତ କରିଛି। ଷ୍ଟିଲ୍ କ୍ଷେତ୍ରରେ ଓଡିଶା ଏବେ ଆଗଉଛି ଭାରତର ଅଗ୍ରଣୀ ଷ୍ଟିଲ୍ ଉତ୍ପାଦନ କମ୍ପାନୀ ।

ଟାଟା ଷ୍ଟିଲ ଓଡିଶା ସରକାରଙ୍କ ସହ ମିଳିତ ଭାବେ ଆରମ୍ଭ କରିବାକୁ ଯାଉଛି, ଡାଉନ୍ ଷ୍ଟ୍ରିମ୍ ଏବଂ ଆନ୍ସିଲାରୀ ପ୍ରୋଜେକୁ, ଯାହା ନିବେଶକ ବ୍ୟବସାୟୀ ମାନଙ୍କ ପାଇଁ ପୂର୍ବଭାରତରେ ଏକ ହବ୍ ଭାବରେ ପରିଣତ ହେବାକୁ ଯାଉଛି । ଷ୍ଟିଲ୍‌ ଏବଂ ଏହାର ଆନୁସଙ୍ଗିକ ଉତ୍ପାଦ ସବୁ ର ଉପଯୋଗିତା ନେଇ ଆଜି ଭୁବନେଶ୍ବରର କ୍ରାଉନ୍ ହୋଟେଲରେ ସଫଳତାର ସହ ଉନ୍ମୋଚିତ ହୋଇଥିଲା “ଓଡ଼ିଶାର ଟାଟା ଷ୍ଟିଲରେ ଡାଉନଷ୍ଟ୍ରିମ୍ ଏବଂ ଆନୁସଙ୍ଗିକ ପ୍ରୋଜେକ୍ଟରେ ସୁଯୋଗ” ର ଏକ ଆଲୋଚନା ଚକ୍ର ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଟାଟା ଷ୍ଟିଲ୍‌ ଓଡିଶା, କଳିଙ୍ଗନଗର ପ୍ରକଳ୍ପର ଡାଉନ ଷ୍ଟ୍ରିମ୍ ଏବଂ ଆନ୍ସିଲାରୀ ସେକ୍ଟର ମଧ୍ଯରେ ଥ‌ିବା ସୁଯୋଗ ପ୍ରତି ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରିବା | ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନୁ ଶର୍ମା ଅଧ୍ଯକ୍ଷତା କରିଥିଲେ ଏବଂ ଟାଟା ଷ୍ଟିଲର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇ ଥିଲେ।

ଇଡକୋ ଓ ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ସ୍ବାଗତ ଭାଷଣ ଦେଇଥିଲେ, ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ କରିବା ସହିତ, ଏଥୁରେ ଥ‌ିବା ଅନୁର୍ନିହିତ ସୁଯୋଗ ଉପରେ ଆଲୋଚନା କରିଥିଲେ | ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁସଙ୍ଗିକ କ୍ଷେତ୍ରର ପ୍ରମୁଖ ଭୂମିକା ଉପରେ ଗୁରୁତ୍ବ ଦେଇ ଟାଟା ଷ୍ଟିଲ୍ ର ଉପ ସଭାପତି କଳିଙ୍ଗ ନଗର ପ୍ରୋଜେକ୍ଟ, ଶ୍ରୀ ରାଜୀବ କୁମାର ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶା ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତା ଏବଂ ଅଭିବୃଦ୍ଧିକୁ ଦୃଷ୍ଟି ରେ ରଖୁ ଓଡିଶା ସରକାରଙ୍କ ଏ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ତିନି ଦଶନ୍ଧିର ଏ ଯାତ୍ରା ଓ ତାର ସଫଳତା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ । ବ୍ୟବସାୟୀକ ସଫଳତା ପାଇଁ ଆବଶ୍ୟକୀୟ ଇକୋସିଷ୍ଟମ୍ ଓ ତାର ଉପଯୋଗିତା ଉପରେ ଆଲୋକପାତ କରି ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା, ଓଡିଶା ସରକାରଙ୍କ ସମୃଦ୍ଧ ଶିଳ୍ପକୁ ପାଇଁ ତିଆରି କରାଯାଇଥିବା ଇକୋସିଷ୍ଟମ ବିଷୟରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିଲେ ଏବଂ ସହଭାଗୀ ଅଭିବୃଦ୍ଧି ରାଜ୍ୟ ତଥା ଦେଶର ଉନ୍ନତିରେ କେତେ ସହାୟକ ହେବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶା ହେଉଛି ପୂର୍ବ ଭାରତର ସବୁଠାରୁ ଉତ୍କୃଷ୍ଟ କ୍ଷେତ୍ର ଲୌହ ଉତ୍ପାଦନରେ। କଞ୍ଚା ମାଲ୍ ଠୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସମସ୍ତ ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଛି, ଯେଉଁଥ୍ ପାଇଁ ଟାଟ ଷ୍ଟିଲ୍ ଦୀର୍ଘ ତିନି ଦଶନ୍ଧି ଧରି ଓଡିଶା ବିକାଶ ଧାରାରେ ନିଜକୁ ସାମିଲ୍ କରି ପାରିଛି । ଏଥୁ ସହ ଟାଟା ର ସହଯୋଗରେ ଏପରି ଏକ ଇକୋସିଷ୍ଟମ୍ ର ବିକାଶ କରାଯାଉଛି ଯାହା ଦ୍ବାରା ଲୌହ ଉଦ୍ୟଗ ସହ ସିଧା ସଳଖ ଯୋଡି ହୋଇ ରହିଥିବା ଡାଉନ୍ ଷ୍ଟ୍ରିମ୍ ଏବଂ ଆନସିଲାଗି ଉତ୍ପାଦ ସବୁ ଅନ୍ୟତମ ଲାଭ ଦାୟକ ବ୍ୟବସାୟର ବାଟକୁ ଉନ୍ମୁକ୍ତ କରିପାରିବ ।

ଟାଟା ଷ୍ଟିଲ୍ ଲିମିଟେଡ୍ ର ସିଓ ଏମ୍ ଏସ୍, ବ୍ରାଣ୍ଡେଡ୍‌ ପ୍ରଡକ୍ଟ ଏବଂ ରିଟେଲର ପ୍ରତିନିଧୁତ୍ୱ କରୁଥ‌ିବା ଶ୍ରୀ ପ୍ରବୀଣ ଶ୍ରୀବାସ୍ତବ ଟାଟା ଷ୍ଟିଲ୍‌ ଓଡିଶା ପ୍ରକଳ୍ପ ମଧ୍ୟରେ ଥିବା ସୁଯୋଗର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରି ଉଦ୍ୟୋଗୀ ମାନଙ୍କ ପାଇଁ ଥ‌ିବା ପର୍ଯ୍ୟାପ୍ତ ସମ୍ଭାବନାକୁ ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥ‌ିବା ଟାଟା ଷ୍ଟିଲ ର ଉପସଭାପତି ( ସେଲ୍ ଏବଂ ମାର୍କେଟିଂ) ଶ୍ରୀ ପ୍ରଭାତ କୁମାରଙ୍କ ଦ୍ବାରା ସଂଚାଳିତ ଏକ ଭାବ ଆଦାନ ପ୍ରଦାନ କାରୀ ଆଲୋଚନା ଚକ୍ର, ଯେଉଁ ଥରେ ନିବେଶକ, ଉଦ୍ୟୋଗୀ ମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ଯାହା ଆଲୋଚନାକୁ ବେଶ୍ ଉତ୍ସାହିତ କରିଥିଲା ଏବଂ ମୂଲ୍ୟବାନ ଶିଳ୍ପ ସମ୍ବନ୍ଧୀୟ ଜ୍ଞାନ ବାଣ୍ଟିଥୁଲ | ପରିଶେଷରେ ଇପିକଲ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ କଲ୍ୟାଣ ମହାନ୍ତି ଶେଷ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ସାରା ଶ ପ୍ରଦାନ

କରିଥିଲେ । ଏହି ବ୍ୟବସାୟ-ରୁ-ସରକାର (B2G) ବୈଠକରେ ବିଭିନ୍ନ ରାଜ୍ୟରୁ ଟାଟା ଷ୍ଟିଲ୍‌ ପ୍ରକଳ୍ପର କ୍ରେତା – ବିକ୍ରେତା ମାନଙ୍କ ସହ ଜଡିତ ହେବା ପାଇଁ ଉଦ୍ୟୋଗୀମାନଙ୍କୁ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ପ୍ରଦାନ କରି ବା ନେଇ ଏକ ଟାଟାଷ୍ଟିଲ୍ କର୍ମକର୍ତ୍ତା, ଇପିକଲ୍ କର୍ମକର୍ତ୍ତା ମାନଙ୍କ ସହ ଏକ ବ୍ୟକ୍ତିଗତ ଆଲୋଚନା ଚକ୍ର ପରେ ଏହି କାର୍ଯ୍ୟକ୍ରମ ସମାପ୍ତ
ହୋଇଥିଲା |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଓଡିଶା ଶିଳ୍ପ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରିଛି।

ଓଡିଶା ସାରା ଦେଶରେ ବିକାଶର ଏକ ମଡେଲ ହୋଇପାରିଛି। ପ୍ରଗତି ପାଇଁ ରାଜ୍ୟର ପ୍ରତିବଦ୍ଧତା କେବଳ ବ୍ୟବସାୟ । ନିବେଶକଙ୍କୁ ଆକର୍ଷିତ କରିନାହିଁ ବରଂ ଭବିଷ୍ୟତର ଉଦ୍ୟୋଗୀଙ୍କ
ସମ୍ଭାବନାକୁ ମଧ୍ୟ ବଢାଇ ପାରିଛି । ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରୁଥିବା ବ୍ୟବସାୟ ଅନୁକୁଳ ପରିବେଶ ସୃଷ୍ଟି ପାଇଁ ଓଡିଶା ସରକାରଙ୍କ ନିରନ୍ତର ପରିଶ୍ରମକୁ ସାରା ଦେଶ ପ୍ରଶଂସା କରୁଛି ।

ଟାଟା ଷ୍ଟିଲ ସହିତ ଏହି ସହଯୋଗ, ଓଡିଶାରେ ଥିବା ବିପୁଳ ସମ୍ଭାବନାକୁ ଉନ୍ମୁକ୍ତ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି |

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!