ମାଲକାନଗିରି ଘଟଣା, ଫେକ୍ ନ୍ୟୁଜ୍-ଗୁଜବ ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଗତ ୯ ଦିନ ଧରି ମାଲକାନଗିରିରେ ଇଣ୍ଟରନେଟ ସେବା ବନ୍ଦ ରହିବା ପରେ ସୋମବାର ମଧ୍ୟାହ୍ନ ୧୨ଟାରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲ ଏଚ୍ ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଭବିଷ୍ୟତର ପିଢ଼ି ପାଇଁ ଆମ ସମସ୍ତଙ୍କୁ ଭାଇଚାରର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପଡିବ। ପୁଣି ଥରେ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବାକୁ ହେବ। ପରସ୍ପର ମଧ୍ୟରେ କଥାବାର୍ତ୍ତା ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କିନ୍ତୁ ବର୍ତ୍ତମାନ ଭଳି ସମ୍ବେଦନଶୀଳ ପରିସ୍ଥିତିରେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ଅବା ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ନାହିଁ ବୋଲି ଲୋକଙ୍କୁ ସଚେତନ କରିଛନ୍ତି ଏସପି। ଫେକ୍ ନ୍ୟୁଜ୍ ପ୍ରଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସପି ତାଗିଦ୍ କରିଛନ୍ତି।

Post Views12 Total Count

Apply Now


This will close in 0 seconds

error: Content is protected !!