ଆଇନମନ୍ତ୍ରୀଙ୍କ ସୂଚନା ପରେ ବଢ଼ିଲା ଆଶା

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍। ପୁରୁଣା ଡିଜାଇନରେ ଆଉ କିଛି ନୂଆ ଯୋଡ଼ା ହେବ। ଘୃତ, ଅନ୍ନ, ଜ୍ଞାନ ଭଳି ଯଜ୍ଞ ମଣ୍ଡପ ତିଆରି ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଏଇ ବଡ଼ ସୂଚନା ଦେବା ପରେ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। ବଡ଼ କଥା ହେଉଛି- ଶ୍ରୀମନ୍ଦିରରେ ଚାରି ଯଜ୍ଞର ବ୍ୟବସ୍ଥା ଉପରେ ପୂର୍ବ ସରକାର ସମୟରେ ଜୋର ଦେଇ ଆସୁଥିଲେ ଗଜପତି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇ ନଥିଲା। ଆଉ ଏବେ ଆଇନମନ୍ତ୍ରୀଙ୍କ ଏ ସୂଚନା ଏ ଦିଗରେ ନୂଆ ଆଶା ଆଣିଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ। ପୂର୍ବ ସରକାର ଆକାଶ କଇଁଆ, ଚିଲିକା ମାଛର ସ୍ବପ୍ନ ଦେଖାଇ ପ୍ରକଳ୍ପ କାମକୁ ତରବରିଆ ଭାବେ ଅଧାଅଧୁରା ସାରି ଉଦ୍ଘାଟନ କରିଦେଲେ। ହେଲେ ସେସବୁକୁ ପୂରା କରିବାରକୁ ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି- ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଭଳି ମଣ୍ଡପ ତିଆରି କରାଯିବ। ତେବେ ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଆଲୋଚନା କରାଯାଇ ଆଗାମୀ ୨-୩ ମାସ ଭିତରେ ପଦକ୍ଷେପ ନିଆଯିବ। ଯାହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ।

Post Views3 Total Count

Apply Now


This will close in 0 seconds

error: Content is protected !!