ଟ୍ଵିନସିଟିର ପୂଜା ବଜେଟ୍ ୬ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା ।

୧୯୫୬ରେ ଚୌଧୁରୀ ବଜାର ପୂଜା କମିଟି ପ୍ରାୟ ୪ କ୍ବିଣ୍ଟାଲ୍ ଚାନ୍ଦିରେ ପ୍ରଥମ ଚାନ୍ଦିମେଢ଼ କରାଯାଇଥିଲା । ପରେ ମା’ଙ୍କୁ ଲାଗି କରାଯାଇଥିଲା ସୁନା ଅଳଙ୍କାର। ଏଭଳି ଭାବେ ୪୦ କେଜିର ସୁନା ଅଳଙ୍କାରରେ ଏଥର ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ଆଗକୁ ସୁନାରେ ସମ୍ପୂର୍ଣ୍ଣ ମେଢ଼ ହେବ ବୋଲି କହିଛି କମିଟି ।

କଟକରେ ମେଢ଼କୁ ଗୁରୁତ୍ବ, ଭୁବନେଶ୍ବରରେ ତୋରଣକୁ ପ୍ରାଧାନ୍ୟ । ଅର୍ଥାତ ରାଜଧାନୀରେ ମେଢ଼ ଅପେକ୍ଷା ତୋରଣ ଉପରେ ପ୍ରତିବର୍ଷ ଭଳି ଏଥର ବି ଫୋକସ୍ କରାଯାଇଛି । ଆପଣ ପୁରୁଣା ଷ୍ଟେସନ୍ ବଜାରକୁ ଯାଆନ୍ତୁ, ଅବା ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଏବଂ ଗଙ୍ଗନଗର ପୂଜା ମଣ୍ଡପ ଯାଇ ବୁଲି ଆସନ୍ତୁ। ଦେଖିବେ, ମେଢ଼ ଅପେକ୍ଷା ତୋରଣ ସହ ବାହ୍ୟ ସାଜସଜ୍ଜାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। କେବଳ ସହିଦନଗର ପୂଜା କମିଟି ଏଥର କୋଟିଏ ଟଙ୍କା ଅଟକଳ କରିଥିବାବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ରହିଛି ୮୦ ଲକ୍ଷ । ଏଭଳି ଭାବେ ଭୁବନେଶ୍ବରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବାବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼ । ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ୍ ୨୫ ପ୍ରତିଶତ ବଢ଼ି ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!