ପୁଣି ଟ୍ରେନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଶହଶହ ଜୀବନ

ତାମିଲନାଡ଼ୁରେ ଗତକାଲି ଘଟିଛି ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଏହି ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସରଦନ୍‌ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଥିରୁଭଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପରେସନ୍ ଜୋରଦାର କରିଥିଲେ ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!