ଶୁଭାରମ୍ଭ ହେଲା ‘ଆମ ପୋଖରୀ’ ଯୋଜନା

ଶୁଭାରମ୍ଭ ହେଲା ‘ଆମ ପୋଖରୀ’ ଯୋଜନା । ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି ।

ଏହି ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ କରାଯିବ । ଅବସର ସମୟରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପୋଖରୀର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ ।

ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ । ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ୱିକ ସ୍ଥିତିରେ ପରିବର୍ତ୍ତନ କରାଯିବ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!