ଅପହୃତ ୨ ଛାତ୍ର ଭୁବନେଶ୍ୱର ଫେରିବା ବେଳେ ଓଲଟିଲା କାର୍

ଏକ ଘରୋଇ ସ୍କୁଲର ନିଖୋଜ ଥିବା ଛାତ୍ର ଟିଟାଲଗଡ଼ରୁ କାର୍ ଯୋଗେ ଭୁବନେଶ୍ୱର ଅଣାଯାଉଥିବା ବେଳେ ଉକ୍ତ କାର୍ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ହୋ ନ ଥିବା ଜଣାଯାଇଛି। ଗତ ରାତିରେ ଟିଟିଲାଗଡ଼ରୁ ସେମାନଙ୍କୁ ଏକ ଭଡ଼ା ଗାଡ଼ି ଯୋଗୁ ଭୁବନେଶ୍ୱର ଅଣାଯାଉଥିଲା। କାର୍ଟି ଆଜି ନୟାଗଡ଼ ବାଣିଗୋଛା ନିକଟରେ ଅତିକ୍ରମ କରୁଥିବା ବେଳେ ତାହାର ଆଗ ଚକା ଫାଟି ଯାଇଥିଲା।

ଫଳରେ ଗାଡ଼ିଟି ସାମନା ପଟୁ ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପିଲାଙ୍କୁ ନେଇ ଭୁବନେଶ୍ୱର ଆସୁଥିବା କାର୍ଟି ଓଲଟି ପଡ଼ିଥିଲା। ମାତ୍ର ଉଭୟ କାର୍ର କେହି ଗୁରୁତର ହୋଇ ନ ଥିବା ଜଣାଯାଇଛି।

ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର। ସେମାନେ ଗତ ମଙ୍ଗଳବାରଠୁ ନିଖୋଜ ଥିବା ବେଳେ ଏନେଇ ଗତକାଲି ତନାଘନା ହୋଇଥିଲା। ଉଭୟ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବହୁ ଖୋଜାଖୋଜି ପରେ ୮ ଜଣ ମୁଖାପିନ୍ଧା ଲୋକେ ଅପହରଣ କରି ଉଭୟଙ୍କୁ ଟ୍ରକରେ ଟିଟିଲାଗଡ଼ ନେଇ ଯାଇଥିବା ପୁଲିସ୍ ସୂଚନା ପାଇଥିଲା।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!