ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର।ରୁକ୍ମିଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ । ବିମଳା ମନ୍ଦିର ନିକଟକୁ ମଦନମୋହନ ଆସିବା ପୂର୍ବରୁ ସେଠାରେ ପହଞ୍ଚିଛନ୍ତି ମା’ ଲକ୍ଷ୍ନୀ । ଏହା ପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି କରାଯିବ । ତେବେ ସନ୍ଧ୍ୟା ଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବିଶ୍ୱ ନିୟନ୍ତାଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ସେପଟେ ଶ୍ରୀମନ୍ଦିରର ଚାରିଦ୍ୱାରରେ ତେଲିଙ୍ଗି ବାଜା ଓ ତୁରୀ ବାଜିବା ସହ ଧୁମଧାମରେ ଶ୍ରୀମନ୍ଦିରରେ ଏହି ବିବାହ ଉତ୍ସବ ପାଳନ କରାଯାଉଛି । ନୀତି ପାଇଁ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।


