Highlightsଜାତୀୟସ୍ୱତନ୍ତ୍ର ବିଶ୍ବର ସୁବୁଠୁ ସର୍ବୋଚ୍ଚ ରେଳ ସେତୁ adminJune 6, 2025 ନିର୍ମାଣ ହୋଇଛି ବିଶ୍ବର ସବୁଠାରୁ ଉଚ୍ଚତମ ରେଳସେତୁ। ଚେନାବ୍ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଅଞ୍ଜିଠାରେ ପ୍ରଥମ କେବଲ୍ ବ୍ରିଜର ମଧ୍ୟ କରିବେ ଉଦଘାଟନ । ୨ ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ ହେବ । ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ଉପହାର ମିଳିଛି ଏହାର ଉଚ୍ଚତା ୧୯୩ ମିଟର, ଦୈର୍ଘ୍ୟ ୭୨୫ ମିଟର ଥିବା ବେଳେ ୨୯୦ ମିଟର ମେନ ସ୍ପାନ୍ ରହିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ । ମୋଟ ଉପରେ ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେବେ ନରେନ୍ଦ୍ର ମୋଦୀ । ଦୀର୍ଘ ୭୮ ବର୍ଷ ଧରି ଭାରତର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଭାରତୀୟ ରେଳପଥର ଯେଉଁ ଆଶା ଥିଲା ତାହା ଏହି ରେଳ ବ୍ରିଜ୍ ସହ ସାକାର ହୋଇଛି । 90 Total Count
ଡ୍ରେନରେ ପଡିଲା ପୂର୍ତ୍ତ ବିଭାଗର ନୋଟିଫିକେସନ ଅବସର ପରେ ପୁନଃନିଯୁକ୍ତ ନେଇ ପୂର୍ତ୍ତ ବିଭାଗର ନୋଟିଫିକେସନକୁ ଚିରି ଡ୍ରେନରେ ଫିଙ୍ଗିଲେ ଇଞ୍ଜିନିୟର । ପୂର୍ତ୍ତ ବିଭାଗ ନୁହେଁ… November 27, 2024
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିଲା ଷଡ଼ଯନ୍ତ୍ର ! ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା… December 10, 2024
ବିଧାନସଭାରେ ନାମାଙ୍କନ ଭରିଲେ ସୁଜିତ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଜିତ କୁମାର ବିଧାନସଭାରେ ନାମାଙ୍କନ ପତ୍ର… December 9, 2024