ହ୍ରାସ ପାଇଲା ଆର୍‌ବିଆଇ ରେପୋ ହାର

କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି।ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା ଆର୍‌ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‌ପିସି) ଜୁନ୍ ୪ରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।

“ବିକଶିତ ହେଉଥିବା ମାକ୍ରୋଇକୋନୋମିକ୍, ଆର୍ଥିକ ବିକାଶ ଏବଂ ଆଗାମୀ ଆର୍ଥିକ ଦୃଷ୍ଟିକୋଣର ବିସ୍ତୃତ ମୂଲ୍ୟାଙ୍କନ ପରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରି ୫.୫%ରେ ପହଞ୍ଚିଛି ରୋପା ହାର। ଗତ ଏପ୍ରିଲ ମାସରେ ୨୫ ବେସିସ୍ ପଏଣ୍ଟ ହ୍ରାସ ହୋଇଥିବା ବେଳେ ଲଗାତାର ତୃତୀୟ ଥର ପାଇଁ ହାର ହ୍ରାସ ପାଇଛି।”ଫେବୃଆରୀ ୨୦୨୫ ଠାରୁ ପଲିସି ରେପୋ ହାରକୁ ଦ୍ରୁତ କ୍ରମରେ ୧୦୦ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ, ମୁଦ୍ରା ନୀତି କମିଟି ଅନୁଭବ କରିଛି ଯେ ବର୍ତ୍ତମାନ ପରିସ୍ଥିତିରେ ମୁଦ୍ରା ନୀତିରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ବହୁତ ସୀମିତ ସ୍ଥାନ ରହିଛି।’’ ବୋଲି ଗଭର୍ଣ୍ଣର କହିଛନ୍ତି। ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି ଯେ ଏଠାରୁ, ଏମ୍‌ପିସି ସଠିକ୍ ଅଭିବୃଦ୍ଧି-ମୁଦ୍ରାସ୍ଫୀତି ସନ୍ତୁଳନ ପାଇଁ ଭବିଷ୍ୟତର ମୁଦ୍ରା ନୀତିର ଧାରା ପ୍ରସ୍ତୁତ କରିବା ପାଇଁ ଆସୁଥିବା ତଥ୍ୟ ଏବଂ ବିକଶିତ ଦୃଷ୍ଟିକୋଣକୁ ସତର୍କତାର ସହ ମୂଲ୍ୟାଙ୍କନ କରିବ।

Post Views47 Total Count

Apply Now


This will close in 0 seconds

error: Content is protected !!