ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡି.ଆଇ. ଇ.ଟି. ) ବିଭାଗରେ ଢେଙ୍କାନାଳ ଡି.ଆଇ.ଇ.ଟି. ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଠାରୁ ପୁରସ୍କୃତ ହୋଇଛି । ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଯୁକ୍ତ ତଥା ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରୁ ଡି.ଆଇ.ଇ.ଟି. ଢେଙ୍କାନାଳ ର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ଓ ଶିକ୍ଷକ ପ୍ରଶିକ୍ଷକ ପ୍ରଭାତୀ ସ୍ୱାଇଁ ପୁରସ୍କାର ସ୍ୱରୂପ ସ୍ମୃତି ସନ୍ତକ ଓ ମାନପତ୍ର ମୁଖ୍ୟ ଅତିଥି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମlଝିଙ୍କ ଠାରୁ ଗ୍ରହଣ କରିଛନ୍ତି ।

ଅତ୍ୟାଧୁନିକ ଭିତିଭୂମି, ଜିଲ୍ଲାରେ ଶିକ୍ଷାର ଉନ୍ନତିରେ ଉତ୍ତମ ଯୋଗଦାନ ଓ ଶିକ୍ଷକ ତାଲିମ କ୍ଷେତ୍ରରେ ଅଭିନଵ ପଦକ୍ଷେପ ସହିତ ବହୁ ନୂତନ ଯୋଜନା ପାଇଁ ଢେଙ୍କାନାଳ ଡି. ଆଇ. ଇ.ଟି.ରାଜ୍ୟରେ ଅନ୍ୟ ଜିଲ୍ଲା ଲାଗି ପ୍ରେରଣା ସାଜିଛି ।  ପ୍ରତିଷ୍ଠାନ ପକ୍ଷରୁ ମଡେଲ ଶିଶୁବାଟିକା ନିର୍ମାଣ କରାଯାଇଛି ଯେଉଁଥିରେ ସାକ୍ଷରତା କୋଣ, ସଂଖ୍ୟାଜ୍ଞାନ କୋଣ, ସୃଜନାତ୍ମକ କୋଣ, ବାଲୁକା କୋଣ, ଆଦିର ବ୍ୟବସ୍ଥା କରାଯାଇ ଶିଶୁବାଟିକାକୁ ଅଧିକ ଛାତ୍ରଛାତ୍ରଛାତ୍ରୀ ଉପଯୋଗୀ କରା ଯାଇପାରୁଛି । ଜିଲ୍ଲାରେ ଶିକ୍ଷଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରୁ ନଥିବା ବିଦ୍ୟାଳୟ ଗୁଡିକୁ ଚି଼ହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ କରାଯଇଛି ।

ସେହି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦlନ ଶୈଳୀରେ ଅଭିବୃଦ୍ଧି କରାଯାଇଛି । ଏହା ସହ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କ ପରିପୂର୍ଣ ବିକାଶ ନିମନ୍ତେ ପ୍ରତିଷ୍ଠାନର ଦିଗଦର୍ଶନରେ ଶତ ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯାଦୁପେଡି ପ୍ରସ୍ତୁତ କରିଛନ୍ତି । ଶିକ୍ଷାଦାନ ପାଇଁ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ସୃଜନାତ୍ମକ ଢଙ୍ଗରେ ଶିକ୍ଷା ଦିଆଯାଉଛି । କମ୍ପୋଜିଟ ପିରିୟଡ଼ର ପରିକଳ୍ପନା ଓ ରୂପାୟନ, କର୍ମଶାଳା, ଆଲୋଚନାଚକ୍ର ଓ ଗବେଷଣା କ୍ଷେତ୍ରରେ ଏହାର ଅଭିନବ କାର୍ଯ୍ୟକ୍ରମ ଓ ନୂଆ ପଦକ୍ଷେପ ଅନ୍ୟ ପ୍ରତିଷ୍ଠାନ ଠାରୁ ଏହାକୁ ସ୍ୱତନ୍ତ୍ର କରିପାରିଛି ।

Post Views2 Total Count

Apply Now


This will close in 0 seconds

error: Content is protected !!