ଆସନ୍ତା ୭ତାରିଖରେ ପୁରୀରେ ହରତାଳ କରିବ ବିଜେଡି

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ପକ୍ଷରୁ ସୋମବାର ପୁରୀ ହରତାଳ ଡାକରା ଦିଆଯାଇଛି। ଆସନ୍ତା ୭ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଯାଏ ପୁରୀରେ ହରତାଳ କରିବାକୁ ବିଜେଡି ପକ୍ଷରୁ ଆହ୍ବାନ ଦିଆଯାଇଛି।

ଏପରିକି ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ କରିବାକୁ ବିଜେଡି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷେ ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନ ଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ଯେ, ମତ ବଦଳାଇଲେ ବୋଲି ବିଜେଡି ପ୍ରଶ୍ନ କରିଛି। ହେଲେ ଏହି ସଂକ୍ରାନ୍ତରେ ଭାଜପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Post Views21 Total Count

Apply Now


This will close in 0 seconds

error: Content is protected !!