ବଦଳିଲା ଐତିହାସିକ ବାଲିଯାତ୍ରାର ନାଁ

ବଦଳିଲା ବାଲିଯାତ୍ରା ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ଥର ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବାଲିଯାତ୍ରା ନାମ ବଦଳାଇବାକୁ ନିଷ୍ପତ୍ତି ‌ନିଆଯାଇଛି। ଏହି ମେଳାର ନୂଆ ନାମ ହେଲା ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା।

ସୂଚନା ମୁତାବକ, ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ଟ୍ରାଫିକ ଜାମ୍ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ଏଥର ବାଲିଯାତ୍ରା ହେବନାହିଁ । କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ବାଲିଯାତ୍ରା । ୩୪ଏକର ପରିବର୍ତ୍ତେ ଏଥର କେବଳ ୬୦ଏକର ଜାଗାରେ ବାଲିଯାତ୍ରା ହେବ ବୋଲି ଜଣାଯାଇଛି। ବାଲିଯାତ୍ରା ସମ୍ବନ୍ଧୀୟ ସବୁ ତଥ୍ୟ ଏବେ ବାଲିଯାତ୍ରା ପୋର୍ଟାଲରେ ରହିବ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହିବ । ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । ସୋସାଇଟି ରେଜିସଷ୍ଟ୍ରେସନ ଆଫ୍‌ରେ ଯିଏ ପଞ୍ଜୀକୃତ ଥିବେ ସେମାନେ ଆବେଦନ କରିପାରିବେ । ପ୍ରତି ଟିମ୍କୁ ପ୍ରଦର୍ଶନ ପାଇଁ ୨୦ ମିନିଟ୍ ସମୟ ଦିଆଯିବ।

Post Views5 Total Count

Apply Now


This will close in 0 seconds

error: Content is protected !!