ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଓଡ଼ିଶାର ୩ଟି ସହରରେ ହେଵ ମେଗା ରକ୍ତଦାନ ଶିବିର

ଭୁବନେଶ୍ବର: ଅରୁନ୍ଧତୀ ତରଫରୁ ପରିଚାଳନା ନିର୍ଦ୍ଦେର୍ଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେରଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି । ଗତ ଅନେକ ବର୍ଷ ଧରି ଏପରି କାର୍ଯ୍ୟର ଆୟୋଜନ କରାଯାଇ ଆସୁଅଛି। ଚଳିତ ବର୍ଷ ମଧ୍ୟ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି ।

ଏହି ବିଶେଷ ମୁହୁର୍ଭକୁ ଅବିସ୍ମରଣିୟ କରିବା ପାଇଁ ମହତ ରକ୍ତଦାନ ମାଧ୍ୟମରେ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରାଯିବ । ବ୍ଲଡବ୍ୟାଙ୍କ ଓ ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ରାଜ୍ୟର ତିନୋଟି ପ୍ରମୁଖ ସହର ଭୂବନେଶ୍ବର, ବଲଙ୍ଗୀର ଓ ଭବାନୀପାଟଣା ସ୍ଥିତ ଅରୁନ୍ଧତୀ ହିରୋ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲଡ ସଂଗ୍ରହ କରାଯିବ ।

ଭଗବାନଙ୍କ ସୃଷ୍ଟିରେ ରକ୍ତର ବିକଳ୍ପ ଆଜିବି ବିଜ୍ଞାନ ଯୁଗରେ ଅପହଞ୍ଚ ଏମିତି ଏକ ମହତ ଉଦ୍ଦେଶ ଆଗାମି ଦିନରେ ନିଶ୍ଚିତ ଭାବରେ ଅନେକ ଦୁର୍ଲଭ ମଣିଷ ଜୀବନ ବଞ୍ଚେଇବାରେ ସହାୟକ ହେବା ସାଙ୍ଗେ ଅନ୍ୟମାନଙ୍କୁ ସାମାଜିକ ଦାୟିତ୍ବବୋଧ ନେବା ପାଇଁ ପ୍ରେରଣା ଯୋଗେଇବ । ବର୍ତ୍ତମାନ ଦିନରେ ମାନବ ସେବା ପାଇଁ ରକ୍ତର ଆବଶ୍ୟକତାକୁ ଅନୁଭବ କରି ଜନ୍ମଦିନରେ ସମାଜ ପାଇଁ ଉଚ୍ଚ କୋଟିର ଉଦାହରଣ ସୃଷ୍ଟି କରିବ । ତେବେ ଆପଣ ମାନେ ବି ରକ୍ତଦାନ କରନ୍ତୁ। ଆଉ ଏକ ଜୀବନ ବଞ୍ଚାନ୍ତୁ।

Post Views105 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!