ଭବାନିପାଟଣା: ରାଜ୍ୟର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ ୱେଲର୍ସ ତରଫରୁ ବିଗତ ୨୪ ବର୍ଷ ଧରି ପାଳନ ହୋଇ ଆସୁଥିବା ଫେଷ୍ଟିଭ୍ ଧମାଲ୍ ମହୋତ୍ସବରେ ବିଗତ ବର୍ଷର ସମସ୍ତ ଲକ୍ଷପତି ବିଜେତା ଘୋଷିତ ହୋଇଯାଇଛନ୍ତି । ଏହି ଲକ୍ଷପତି ବିଜେତାରେ ମାରୁତି ଡିଜାୟାର ଭି.ଏକ୍ସ.ଆଇ, ହିରୋ ଗ୍ଲାମର ମୋଟର ସାଇକେଲ, ହିରୋ ଜୁମ୍ ସ୍କୁଟି ଜିତିବା ସହିତ ଓ ୩ ଜଣ ଲକ୍ଷପତି ହୋଇଥିଲେ ।
ଭବାନିପାଟଣା ଲାଲ ବାହାଦୂର୍ ଷ୍ଟାଡିୟମ୍ ଠାରେ ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ତଥା ଅରୁନ୍ଧତୀ କ୍ସେଲର୍ସର ବ୍ରାଣ୍ଡ୍ ଆମ୍ବାସେଡର ଅର୍ଚିତାଙ୍କ ମଙରେ ଉପସ୍ଥିତି, କୋଲକତାର ପ୍ରସିଦ୍ଧ ମୁନଷ୍ଟାର ଡ୍ୟାନ୍ସ ଗୃପ୍ ଦ୍ବାରା ଚିତ୍ତାକର୍ଷକ ନୃତ୍ୟ ଅଭିନୟ, ଗିତୀକାର ନାଲ୍ୟାଙ୍କ ସୁମଧୁର ଘର ଉପସ୍ଥିତ ୫୦୦୦ରୁ ଉଦ୍ଧ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଆଙ୍କର ଶୋଭନା ମଙ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଏହି ଅଫରରେ ପାଖାପାଖୁ ଲକ୍ଷାଧିକ ଗ୍ରାହକ ଯୋଡି ହୋଇଥିଲେ, ଏତେ ସଂଖ୍ୟକ ଗ୍ରାହକ ବନ୍ଧୁଙ୍କ ଆମ ଉପରେ ଥିବା ପ୍ରଗାଢ ବିଶ୍ବାସ ଓ ଭଲପାଇବା ଆମକୁ ଆଗାମୀ ଦିନରେ ପ୍ରେରଣା ଓ ବ୍ୟବସାୟିକ ପଦକ୍ଷେପ, ନମ୍ରତା ଓ ଆତ୍ମୀୟତା ଭରା ଗ୍ରାହକ ସେବା ଯୋଗାଇ ଦେବ ପାଇଁ ପ୍ରତିଶୃତିବଦ୍ଧ ।
ଭବାନିପାଟଣା ବାସୀଙ୍କ ଅରୁନ୍ଧତୀ ବ୍ରାଣ୍ଡ ପ୍ରତି ଭଲପାଇବା ଓ ପ୍ରଗାଢ ବିଶ୍ବାସ ରଖ୍ ନିଜର ପ୍ରଥମ ପ୍ରସନ୍ଦ ବ୍ରାଣ୍ଟ ଭାବରେ ପ୍ରତିଷ୍ଠିତ କରିଥିବାରୁ ସମସ୍ତ ଭବାନିପାଟଣା ବାସୀଙ୍କୁ ହୃଦୟ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଉତ୍ସବରେ ଅରୁନ୍ଧତୀର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ ଅରୁନ୍ଧତୀ ଗ୍ରୁପର ସମସ୍ତ ମୁଖ୍ୟ ଏବଂ ୧୫୦ ରୁ ଉଦ୍ଧ କାର୍ଯ୍ୟକର୍ତ୍ତା ପରିଚାଳନାର ଦାୟିତ୍ବ ନେଇଥିଲେ ।

