ନେପାଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ନେପାଳରେ ଆରମ୍ଭ ହୋଇଛି ସୁଶୀଳା ଶାସନ। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ସରକାର ବିରୁଦ୍ଧରେ ପ୍ରତିବାଦ ପରେ ସେ ଇସ୍ତଫା ଦେବାର ଚାରି ଦିନ ପରେ ସୁଶୀଳା କାର୍କି ନେପାଳର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାତିରେ ଶପଥ ଗ୍ରହଣ କରିବା ପରେ ଆନୁଷ୍ଠାନିକ ଭାବରେ ସେ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପରେ ନେପାଳର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବା ସେ ପ୍ରଥମ ମହିଳା ହୋଇଛନ୍ତି।ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଗତ କାଲି ରାତି ପ୍ରାୟ ୯ଟା ୩୦ରେ କାର୍କିଙ୍କୁ ତାଙ୍କ ବାସଭବନରେ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ, ସୁଶୀଳା ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ ଏବଂ ୫ ମାର୍ଚ୍ଚ, ୨୦୨୬ରେ ନୂଆ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ସଂସଦ ଭଙ୍ଗ କରିବା ପରେ ସୁଶୀଳା କାର୍କିଙ୍କୁ ଶାସନ ପରିଚାଳନା ଭାର ନ୍ୟସ୍ତ କରିଛନ୍ତି।
Related Posts
ବାଂଲାଦେଶରେ ଫସିଛନ୍ତି ୧୯ହଜାର ଭାରତୀୟ
ବାଂଲାଦେଶ ସଙ୍କଟ ନେଇ ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲୋକସଭାରେ ଟିପ୍ପଣୀ ରଖିଛନ୍ତି। ଜୟଶଙ୍କର କହିଛନ୍ତି, ବାଂଲାଦେଶରେ…
ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି, ୨୮୮ ଭାରତୀୟ ନିଖୋଜ
ନେପାଳର ରସୁୱା ଅଞ୍ଚଳରେ ଗତକାଲି ଆସିଥିବା ପ୍ରଳୟକାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ଆହୁରି…
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ
ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତୋଶାଖାନା-୨ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

