ମସ୍କୋରେ ବଢୁଛି ମୃତ୍ୟୁସଂଖ୍ୟା

ମସ୍କୋ ସହରର ବଡ ଧରଣର ଆତଙ୍କୀ ହାମଲା । ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି । ସେପଟେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଆଇଏସଆଇ । ଗତକାଲି କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣରେ କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ପୁରା ଛାରଖାର ହୋଇଯାଇଛି । ସେପଟେ ବିସ୍ଫୋରଣର କିଛି ସମୟ ପରେ କନସର୍ଟ ହଲରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ତେବେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ତେବେ ଗୁଳିମାଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଆକ୍ରମଣକାରୀମାନେ ସେନା ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି ।

ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି । ତେବେ, ଏହି ଗୁଳି ଚାଳନା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇ ନିଜକୁ ଦାୟୀ କରିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇ ସହ ଜଡିତ ନ୍ୟୁଜ୍ ଏଜେନ୍ସି ଆମାକ୍ ଦ୍ୱାରା ଟେଲିଗ୍ରାମରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମର ଲୋକମାନେ ଋଷର ରାଜଧାନୀ ମସ୍କୋ ଉପକଣ୍ଠରେ ଥିବା କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଠାରେ ଖ୍ରୀଷ୍ଟିଆନଙ୍କ ଏକ ବିଶାଳ ସମାବେଶରେ ଏକ ବଡ ଧରଣର ଆକ୍ରମଣ କରିଛନ୍ତି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁତ ଲୋକ ଆହତ ହୋଇଛନ୍ତି । ତେବେ ଆଇଏସଆଇ ଦ୍ଵାରା ଜାରି ହୋଇଥିବା ଏହି ବିବୃତ୍ତିରେ କୌଣସି ପ୍ରମାଣ ଦିଆଯାଇ ନାହିଁ।

 

 

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!