କାନାଡାରେ ଭାରତୀୟ ଛାତ୍ରୀ ମୃତ

କାନାଡାରେ ମୃତ୍ୟୁ ବରଣ କରିଛନ୍ତି ଭାରତର ଦିଲ୍ଲୀର ଛାତ୍ରୀ। ଗୁରୁବାର ଦିନ ଭାନକୁଭରରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ କହିଛନ୍ତି ଯେ କାନାଡାର କାଲଗାରି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦିଲ୍ଲୀର ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ଛାତ୍ରୀ ଜଣକ ହେଉଛନ୍ତି ତାନ୍ୟା ତ୍ୟାଗୀ। ତାଙ୍କ ଆକସ୍ମିକ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏଯାଏ ଜଣାପଡ଼ିନାହିଁ ଯେ ଛାତ୍ରୀ ଜଣଙ୍କ କେଉଁ କାରଣରୁ ଜୀବନ ହରାଇଛନ୍ତି।

“କାଲଗାରି ବିଶ୍ୱବିଦ୍ୟାଳୟରଭାରତୀୟ ଛାତ୍ରୀ ଶ୍ରୀମତୀ ତାନ୍ୟା ତ୍ୟାଗୀଙ୍କ ଆକସ୍ମିକ ମୃତ୍ୟୁରେ ଆମେ ଦୁଃଖିତ। କନସୁଲେଟ୍ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ। ତାଙ୍କର ପରିବାର ଏବଂ ମୃତକଙ୍କ ବନ୍ଧୁମାନଙ୍କ ସହିତ ଆମର ଆନ୍ତରିକ ସମବେଦନା ଏବଂ ପ୍ରାର୍ଥନା” କନସୁଲେଟ୍ କହିଛି ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଏପରି କହିଛି।ଅଧିକାରୀମାନେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ବିଷୟରେ ଅଧିକ ବିବରଣୀ ପ୍ରକାଶ କରିନାହାଁନ୍ତି। ଏକ୍ସ ପୋଷ୍ଟ୍‌ରେ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଟ୍ୟାଗ୍ କରାଯାଇଛି। ଦାବି କରାଯାଇଥିଲା ଯେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇ ଥାଇପାରେ।

Post Views7 Total Count

Apply Now


This will close in 0 seconds

error: Content is protected !!