ବଞ୍ଚିଛନ୍ତି ଇମ୍ରାନ ଖାଁ,  କହିଲେ ଭଉଣୀ

ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜେଲରେ ତାଙ୍କୁ ଭେଟିବା ପରେ ତାଙ୍କ ଉଭଣୀ ଏହା ଘୋଷଣା କରିଛନ୍ତି । ଏହାସହିତ ଗତ କିଛି ଦିନ ହେଲା ଇମ୍ରାନଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବର ଅବସାନ ହୋଇଛି ।

ମଙ୍ଗଳବାର ଦିନ ପାକିସ୍ତାନ ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିବା ତାଙ୍କ ଭଉଣୀ ଉଜମା ଖାନମ କହିଛନ୍ତି ଯେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ସେ ବହୁତ ରାଗିଛନ୍ତି। ଇମ୍ରାନ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା । ତେବେ ଜେଲରୁ ବାହାରକୁ ଆସିବା ପରେ ଉଜମା କହିଛନ୍ତି ଯେ ଇମ୍ରାନ ଜୀବିତ ଥିଲେ ବି ତାଙ୍କ ଅବସ୍ଥା ଠିକ ନାହିଁ ଓ ତାଙ୍କୁ ଜେଲରେ ନିର୍ଯ୍ୟାତନା ଦିଆଯାଉଛି ।

ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଉଠିଥିଲା।

ଉଲ୍ଲଖଯୋଗ୍ୟ ଯେ ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡ଼ିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଚାଲିଥିଲା। ଏହାପରେ ଇମ୍ରାନ ଖାନଙ୍କ ପରିବାର ଏବଂ ଦଳୀୟ ନେତାମାନେ ଦାବି କରିଥିଲେ ଯେ ପାକିସ୍ତାନ ସରକାର ସେମାନଙ୍କୁ ଇମ୍ରାନ ଖାନଙ୍କୁ ଭେଟିବାକୁ ଦେଉନାହାଁନ୍ତି। ପରେ ସବୁଆଡ଼ୁ ଚାପ ସୃଷ୍ଟି ହେବା ପରେ ପାକିସ୍ତାନ ସରକାର ଇମ୍ରାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ ।

 

Post Views4 Total Count

Apply Now


This will close in 0 seconds

error: Content is protected !!