ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି ଇସଲାମାବାଦ ହାଇକୋର୍ଟର ଏକ ୩ ଜଣିଆ ଖଣ୍ଡପୀଠ ଅଲ୍ କାଦୀର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଇମ୍ରାନଙ୍କୁ ତୁରନ୍ତ ଜାମିନ ପ୍ରଦାନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଏହି ମାମଲାର ଶୁଣାଣି କରି ପାକିସ୍ତାନ ସୁପ୍ରିମକୋର୍ଟ କାହାରିକୁ କୋର୍ଟ ପରିସର ମଧ୍ୟରୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଇମ୍ରାନନ୍କ ଗିରଫକୁ ଗତକାଲି ବେଆଇନ ଘୋଷଣା କରିଥିଲେ ଓ ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

