ଦୁଇ ଭାଇ ଦୁଇ ରାଜ୍ଯର ଡିଜିପି

ବିରଳ ସଂଯୋଗ। ଦୁଇ ରାଜ୍ଯ, ଦୁଇ ଭାଇ ଏବଂ ଦୁଇ ଜଣ ଯାକ ଡିଜିପି। ଦୁଇ ବଡ ପଦବୀରେ ପରିବାରର ଦୁଇ ପୁଅ। ବିହାର ବାସିନ୍ଦା ବିକାଶ ସହାୟ ଏବଂ ବିବେକ ସହାୟ ବର୍ତ୍ତମାନ ଦୁଇଟି ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ ବା ଡିଜିପି ଭାବରେ କାର୍ଯ୍ୟ କରୁଛନ୍ତି। ବିକାଶ ସହାୟ ଗୁଜୁରାଟର ଡିଜିପି ହୋଇଥିବାବେଳେ ପଶ୍ଚିମବଙ୍ଗ ସରକାର ଗତକାଲି ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତ ଦେଇଛନ୍ତି। ବିବେକ ସହାୟ ୧୯୮୮ ବ୍ୟାଚ୍ ଆଇପିଏସ୍ ହୋଇଥିବା ବେଳେ ବଡ ଭାଇ ବିକାଶ ସହାୟ ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ।

ୟା ଭିତରେ ସବା ସାନ ଭାଇ ବିକ୍ରମ ଦିଲ୍ଲୀର ଆୟକର ବିଭାଗରେ ଜଣେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ କାମ କରୁଛନ୍ତି। ଗୁଜୁରାଟର ଡିଜିପି ବିକାଶ କହିଛନ୍ତି ଯେ, ତିନି ଭାଇଙ୍କ ଲକ୍ଷ୍ଯ ଥିଲା ପ୍ରଶାସନିକ ସେବାରେ ଯୋଗଦେବା। ଦୁଇ ଜଣ ଆଇପିଏସ ଏବଂ ଜଣେ ଆଇଆରଏସ ଅଧିକାରୀ ଅଛନ୍ତି। ବିକାଶ କହିଛନ୍ତି ଯେ, ଦୁଇ ଆଇପିଏସ୍ ଭାଇ ଗତ ବର୍ଷ ପରସ୍ପରକୁ ଭେଟିଥିଲେ। ଯେତେବେଳେ ବି ଭେଟ ହୁଇନ୍ତି ସେମାନେ ପୋଲିସ ସେବା ସହ ଜଡିତ କଥା ହୁଅନ୍ତି। କେମିତି ଆଗକୁ କାମକୁ ଉନ୍ନତମାନର କରିହେବ ଏବଂ ଦେଶ ସେବା କରିହେବ ସେନେଇ ଆଲୋଚନା ହୁଏ । ବିବେକ ସହାୟ ପୂର୍ବରୁ ହୋମଗାର୍ଡର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।…

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!