ପୁଣି ଥରେ କମେଣ୍ଟ୍ରି ବକ୍ସରୁ ଶୁଣିବାକୁ ମିଳିବ କ୍ରିକେଟ ଧାରାବିବରଣୀ ସହ ସାୟରୀ ଓ ୱାନ ଲାଇନରର ଚମତ୍କାର ମିଶ୍ରଣ । ପ୍ରାୟ ଏକ ଦଶନ୍ଧି ପରେ କମେଣ୍ଟ୍ରି ବକ୍ସକୁ ଫେରୁଛନ୍ତି ଭାରତର ପୂର୍ବତନ କ୍ରିକେଟର ନଭଜୋତ ସିଂହ ସିଦ୍ଧୁ। ଏଥର IPL 2024ର କମେଣ୍ଟ୍ରି ବକ୍ସକୁ ଫେରୁଛନ୍ତି ସେ । ରାଜନୀତିକ ବ୍ୟସ୍ତତା ମଧ୍ୟରେ ସେ କମେଣ୍ଟ୍ରରୁ ଦୂରରେ ରହିଥିଲେ । ହେଲେ ଏବେ ସେ ଆଇପିଏଲ ସହ ନିଜର ପୁରୁଣା ପାଳି ଆରମ୍ଭ କରିବାକୁ ଯାଉଛନ୍ତି।
ସିଦ୍ଧୁ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଆଇପିଏଲରେ କମେଣ୍ଟ୍ରୀ ଦେବେ। ସେ ୬ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ରାଜନୀତିରେ ବ୍ୟସ୍ତ ଥିବାରୁ ସେ କମେଣ୍ଟ୍ରୀରୁ ଦୂରେଇ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଷ୍ଟାର୍ ସ୍ପୋର୍ଟସ୍ ଏକ ପୋଷ୍ଟ ଲେଖିଛି ଯେ କମେଣ୍ଟ୍ରୀ ସର୍ଦ୍ଦାର ଫେରି ଆସିଛନ୍ତି ।

