ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି। ପୂର୍ବ ସୂଚନା ମୁତାବକ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଟିମ ଇଣ୍ଡିଆ ଟ୍ରଫି ପାଇଁ ଟକ୍କର କରିବ। ଦଳର ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ରହିଛନ୍ତି।
୧୫ ଜଣିଆ ସ୍କ୍ୱାଡରେ ଯୁବ ତାରକା ଶୁବମନ ଗିଲ୍ ସ୍ଥାନ ପାଇ ନାହାନ୍ତି। ତାଙ୍କ ବଦଳରେ ଯଶସ୍ୱୀ ଜୈସୱାଲଙ୍କ ଉପରେ ବିସିସିଆଇ ଅଧିକ ଭରସା ଦେଖାଇଛି। ଖରାପ ଫର୍ମ ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସ୍କ୍ୱାଡରେ ରଖାଯାଇଛି। ସେ ଉପ ଅଧିନାୟକ ପଦ ପୂର୍ବ ଭଳି ବଜାୟୀ ରଖିଛନ୍ତି।
ପାଣ୍ଡ୍ୟାଙ୍କ ବ୍ୟତୀତ ସ୍କ୍ୱାଡରେ ଅଲରାଣ୍ଡର ଭାବେ ଶିବମ ଦୁବେଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେ ଆଇପିଏଲରେ ଚେନ୍ନାଇ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି।
ସେହିପରି କାର ଦୁର୍ଘଟଣାରେ ଆହତ ହୋଇ ୧୮ ମାସ ପରେ ଆଇପିଏଲ ଖେଳିବାକୁ ଫିଟ ହୋଇଥିବା ଋଷଭ ପନ୍ତଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି। ଆଇପିଏଲରେ ସେ ଦମଦାର ଫର୍ମରେ ଥିବାରୁ ତାଙ୍କ ଉପରେ ବିସିସିଆଇ ଭରସା ଦେଖାଇଛି। ଦ୍ୱିତୀୟ ୱିକେଟ କପିର ଭାବେ ସଞ୍ଜୁ ସାମସନଙ୍କୁ ଦଳରେ ରଖାଯାଇଛି। ଭଲ ପ୍ରଦର୍ଶନ ସତ୍ତ୍ୱେ କେଏଲ ରାହୁଲଙ୍କୁ ସ୍କ୍ୱାଡରେ ରଖାଯାଇ ନାହିଁ। ସେ ରିଜର୍ଭ ଖେଳାଳି ତାଲିକାରେ ମଧ୍ୟ ନାହାନ୍ତି।
ରିଙ୍କୁ ସିଂହ ଓ ଶୁବମନ ଗିଲ୍ ମୁଖ୍ୟ ସ୍କ୍ୱାଡରେ ନଥିଲେ ମଧ୍ୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତ କରିବେ। ଏମାନଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି। ଖଲୀଳ ଅହମଦ ଓ ଆବେଶ ଖାନ ମଧ୍ୟ ରିଜର୍ଭ ଖେଳାଳି ତାଲିକାରେ ଅଛନ୍ତି।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!