ନୂଆ ପାନ୍ କାର୍ଡ ପାଇଁ ଆଧାର ବାଧ୍ୟତାମୂଳକ

ନୂଆ ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଲାଗି ଆବେଦନ କରିବା ବେଳେ ଆଧାର ଦରକାର ପଡ଼ିବ। ଜୁଲାଇ ୧ଠରୁ ପାନ୍ କାର୍ଡ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ବିଚାର କରୁଛି। ବର୍ତ୍ତମ‌ାନ ଆବେଦନକାରୀମାନେ ନିଜର ନାମ, ଜନ୍ମ ତାରିଖର ପ୍ରମାଣପତ୍ର କିମ୍ବା ବିକଳ୍ପ ପରିଚୟପତ୍ର ଦାଖଲ କରି ପାନ୍ ପାଇଁ ଆବେଦନ କରିପାରୁଛନ୍ତି। ଜୁଲାଇରୁ ନୂଆ କାର୍ଡ ଆଧାରକୁ ବ୍ୟବହାର କରି ପ୍ରମାଣୀକରଣ କରାଯିବ। ଏ ନେଇ ଆୟକର ପୋର୍ଟାଲ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ।

ପା‌ନ୍ ସହିତ ଆଧାର ଲିଙ୍କ୍‌ କରିବା ଉପରେ ପୂର୍ବରୁ ଜୋର ଦିଆଯାଉଛି। ଯେଉଁମାନଙ୍କ ପାଖରେ ପାନ୍ ଅଛି, ସେମାନଙ୍କୁ ଆଧାର ଲିଙ୍କ୍‌ କରିବା ଲାଗି କୁହାଯାଇଛି। ବିନା ଜରିମାନାରେ ସେମାନେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ସେହି କାର୍ଯ୍ୟ କରିପାରିବେ। ଅବଶ୍ୟ ଏହି ସମୟସୀମା ଅତୀତରେ ବହୁବାର ବୃଦ୍ଧି କରାଯାଇଛି। କିଛି ଲୋକ ଟିକସ ଠକେଇ କରିବା ଲାଗି ଏକାଧିକ ପାନ୍ କାର୍ଡ ନେଇଥିବା ଜଣାପଡ଼ିବା ପରେ ଆଧାର ଲିଙ୍କ୍‌ କରିବାକୁ ଆୟକର ବିଭାଗ ନିଷ୍ପତ୍ତି ନେଇଥିଲା। ଜାଲ ଜିଏସ୍‌ଟି ପଞ୍ଜୀକରଣରେ ମଧ୍ୟ ଏକାଧିକ ପାନ୍ ବ୍ୟବହାର ହେଉଥିଲା। ଦେଶରେ ୭୪ କୋଟିରୁ ଅଧିକ ପାନ୍ କାର୍ଡ ରହିଛି। ସେଥିରୁ ୬୦.୫ କୋଟି କାର୍ଡ ସହ ଆଧାର ଲିଙ୍କ୍‌ କରାଯାଇଛି।

Post Views18 Total Count

Apply Now


This will close in 0 seconds

error: Content is protected !!