ବିଶେଷ କରି ମହିଳା ମାନେ ମେକଅପ୍ ନେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମହିଳା ସ୍କାଏ ଡାଇଭିଂ କରୁଥିବା ସମୟରେ ମେକଅପ୍ ନେଇଛନ୍ତି । ତାହା ପୁଣି ୧୦ହଜାର ଫୁଟ ଉଚ୍ଚରେ । ପ୍ରଥମ ଥର ସ୍କାଏ ଡାଇଭିଂ ବେଳେ ମେକଅପ୍ ନେଇ ଚର୍ଚ୍ଚାରେ ପ୍ଲୋରିଡାର ସୋସିଆଲ ମିଡିଆ ଇନଫ୍ରଲୁଏନସ୍ର୍ ମ୍ୟାକକେନା ନାଇପ୍ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏତେ ଉଚ୍ଚରେ ଥାଇ ମଧ୍ୟ ନିଜକୁ ସୁ୍ନ୍ଦର ଭାବରେ ସଜାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ ସେ ସ୍କାଏ ଡାଇବିଂ ବେଳେ ଖାଦ୍ୟ ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଥିଲେ ମ୍ୟାକକେନା ।

