କେନିଆରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବଜାର ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣାରେ ପ୍ରାୟ ୪୮ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ବହୁ ଗାଡି ଚୁରମାର ହୋଇଛି । ଏହି ଦୁର୍ଘଟଣାରେ ଏକାଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି ।

