୧୨ବର୍ଷରେ ୫କଲେଜ ଡିଗ୍ରୀ

ମାତ୍ର ୧୨ ବର୍ଷରେ ଜଣେ ଛାତ୍ରଙ୍କୁ ମିଳିଛି ୫ଟି ଡିଗ୍ରୀ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ । ଆମେରିକାର ଫୁଲେର୍ଟନ କଲେଜର ସବୁଠୁ ଛୋଟ ଗ୍ରାଜୁଏଟ୍ କ୍ଲୋଭିସ୍ ହଙ୍ଗ୍ ଏବେ ଚର୍ଚ୍ଚାରେ । ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି କ୍ଲୋଭିସ୍ । ୨୦୨୦ରେ ଜଣେ ୧୩ ବର୍ଷୀୟ ଛାତ୍ର ସର୍ବକନିଷ୍ଠ ସ୍ନାତକ ହେବା ପରେ ତାଙ୍କଠାରୁ ପ୍ରେରଣା ପାଇଥିଲେ । ବର୍ତ୍ତମାନ କଳା ପାଠ୍ୟକ୍ରମର ଇତିହାସ, ସାମାଜିକ ବିଜ୍ଞାନ, ସାମାଜିକ ବ୍ୟବହାର ଓ ଆମତ୍ବିକାଶ, ଆଟର୍ସ ଓ ମାନବୀୟ ପରିପ୍ରକାଶ ଏବଂ ବିଜ୍ଞାନ ଓ ଗଣିତ ଆଦି ୫ଟି ଆସୋସିଏଟ୍ ଡିଗ୍ରୀ ମିଳିଥିବାବେଳେ ଆସନ୍ତା ବର୍ଷ ଆଉ ଗୋଟିଏ ଡିଗ୍ରୀ ପାଇବାକୁ ଆଶାବାଦୀ ଥିବା ହଙ୍ଗ୍ କହିଛନ୍ତି ।

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!