ଫିନଲାଣ୍ଡର ବିଦାୟୀ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କର ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯୁଗ୍ମଭାବେ ଆବେଦନ କରିଥିବା ବୁଧବାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ୨୦୨୦ରେ ଉଭୟଙ୍କର ବିବାହ ହୋଇଥିଲା, ଯଦିଚ ସେମାନେ ୧୯ ବର୍ଷ ଧରି ଏକାଠି ରହିଆସିଛନ୍ତି ଓ ସେମାନଙ୍କର ଗୋଟିଏ ୫ ବର୍ଷର ଝିଅ ଅଛି। ଇନଷ୍ଟାଗ୍ରାମ୍ରେ ଉଭୟେ ଭିନ୍ନ ଭିନ୍ନ ପୋଷ୍ଟରେ ନିଜର ବିବାହ-ବିଚ୍ଛେଦ ବିଷୟରେ ସୂଚନା ଦେବା ସହ କହିଛନ୍ତି ଯେ ଛାଡ଼ପତ୍ର ହେଲେ ମଧ୍ୟ ସେମାନେ ସର୍ବୋତ୍ତମ ବନ୍ଧୁ ହୋଇ ରହିବେ। ଗତମାସରେ ମାରିନଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଫିନଲାଣ୍ଡର ସାଧାରଣ ନିର୍ବାଚନରେ ପରାଜିତ ହୋଇଛି। ୩୭ ବର୍ଷୀୟା ମାରିନ ଯେତେବେଳେ ୨୦୧୯ରେ କ୍ଷମତାକୁ ଆସିଥିଲେ, ସେ ଥିଲେ ବିଶ୍ବର କନିଷ୍ଠତମ ପ୍ରଧାନମନ୍ତ୍ରୀ।
Related Posts
ତୋପଖାନା ପର୍ବତମାଳାରେ ମୋରକୋ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
ଆଫଗାନିସ୍ତାନର ବଦସ୍ଖାନ୍ ପ୍ରଦେଶ ଅନ୍ତର୍ଗତ କୁରାନ୍-ମୁଞ୍ଜାନ୍ ଓ ଜିବକ୍ ଜିଲ୍ଲା ନିକଟରେ ଥିବା ତୋପଖାନା ପର୍ବତମାଳାରେ ମୋରକୋର ଗୋଟାଏ ଯାତ୍ରୀବାହୀ…
ପିଏମ୍ ମୋଦୀଙ୍କ ସିଙ୍ଗାପୁର ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଙ୍ଗାପୁର ଗସ୍ତରେ ଭାରତକୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ସିଙ୍ଗାପୁରର…
ସୁରକ୍ଷା କର୍ମଚାରୀଙ୍କ ଗୁଳିରେ ୧୨ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଥିଲା। ପାକିସ୍ତାନର ଆର୍ଥିକ କେନ୍ଦ୍ର କରାଚିରେ ପ୍ରଦର୍ଶନକାରୀମାନେ କୂଟନୈତିକ ପରିସରରେ…

