ସୁଧହାର ବଢ଼ାଇଲା ବ୍ୟାଙ୍କ ଅଫ୍ ଇଂଲଣ୍ଡ

ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଆଜି ସୁଧହାର ବଢ଼ାଇଛି। ୦.୨୫ ପ୍ରତିଶତ ସୁଧ ହାର ବୃଦ୍ଧି ଫଳରେ ଏହା ୪.୫ ପ୍ରତିଶତରେ ପହଞ୍ଚିଛି। ୨୦୦୮ ମସିହା ପରଠାରୁ ‌ବ୍ୟାଙ୍କ ଅଫ୍ ଇଂଲଣ୍ଡର ସୁଧ ହାର ସର୍ବାଧିକ ସ୍ତରରେ ପହଞ୍ଚିଛି। ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି।ବ୍ୟାଙ୍କର ୯ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ଉକ୍ତ ନିଷ୍ପତ୍ତି ନେବାଦ୍ବାରା କ୍ରମାଗତ ୧୨ ଥର ପାଇଁ ସୁଧ ହାର ବୃଦ୍ଧି ଘଟିଛି। ଗତ ମାର୍ଚ୍ଚ ମାସରେ ବ୍ରିଟେନର ମୁଦ୍ରାସ୍ଫୀତି ୧୦.୧ ପ୍ରତିଶତ ଥିବାବେଳେ ବର୍ଷ ଶେଷସୁଦ୍ଧା ଏହାକୁ ୫.୧ ପ୍ରତିଶତ ସ୍ତରକୁ କମାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଆଶା ରଖିଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!