୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । 20 ମିନିଟ ଜେଲରେ ରହିବା ପରେ ଜାମିନରେ ବାହାରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଜେଲରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ସେ ୨୦ ମିନିଟ ରହିବା ପରେ ଜାମିନରେ ଆସିଥିଲେ । ୨ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ପଙ୍କୁ ଜାମିନରେ ଛଡ଼ାଯାଇଛି ।ନିର୍ବାଚନୀ ଫଳାଫଳ ବଦଳାଇବା ଉଦ୍ୟମ ମାମଲାରେ ଟ୍ରମ୍ପଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାଁରେ ଅଭିଯୋଗ ରହିଛି । ଗତ ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ୫ଟି ଅପରାଧିକ ମାମଲା ରୁଜୁ ହୋଇଛି ।

