ଆଜି ବି ଓଡ଼ିଶାରେ ବର୍ଷା ଜାରି । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଓଡିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ମୌସୁମୀ ନିମ୍ନ ଚାପରେଖା ତାର ସ୍ବାଭାବିକ ଅବସ୍ଥାନରୁ ସାମାନ୍ୟ ଉତ୍ତରରେ ରହିଛି ।

