ଏଠି ଝିଅଙ୍କୁ ପଢିବା ମନା !

ମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ ଲଗାଇବ ତାଲିବାନ ସରକାର । ୧୦ ବର୍ଷରୁ ଅଧିକ ବୟସର ଝିଅ ମାନେ ପାଠ ପଢିପାରିବେ ନାହିଁ ବୋଲି ଦେଶର ବିଭିନ୍ନ ରାଜ୍ୟରେ ଏହି ନିୟମ ଲାଗୁ କରିବାକୁ ଯାଉଛି  । ୧୦ ବର୍ଷ ନଚେତ ତୃତୀୟ ଶ୍ରେଣୀରୁ ଅଧିକ ପାଠ ପଢିପାରିବେ ନାହିଁ ବୋଲି ନିୟମ ଲାଗୁ ହେବାକୁ ଯାଉଛି  । ଏନେଇ ସେମାନଙ୍କର ଅଭିଭାବକଙ୍କୁ କଡା ନିର୍ଦ୍ଦେଶ ଦେଇଛି ତାଲିବାନ  । ଆଫଗାନିସ୍ତାନର ଅନେକ ସ୍ଥାନରେ ଯେଉଁ ଝିଅ ମାନେ ଡେଙ୍ଗା ଓ ୧୦ ବର୍ଷରୁ ଅଧିକ ସେମାନଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି  । ପୂର୍ବରୁ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଥିଲା  । ଏଥିସହ ସେମାନେ ବିୟୁଟି ପାର୍ଲର, ପାର୍କ, ଜିମ୍ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଥିଲା  ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!