ସାଂସଦ ପଦ ଫେରିପାଇଲେ ରାହୁଲ

ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ସଦସ୍ୟତା ପଦ ଫେରି ପାଇଛନ୍ତି । କେରଳର ୱାୟନାଡରୁ ରାହୁଲ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଗତ ମାର୍ଚ୍ଚ ୨୪ରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।

ଲୋକସଭା ସଚିବାଳୟର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଦେଖିବାକୁ ମିଳିବ । ମୋଦୀ ସାଙ୍ଗିଆ ମାମଲାରେ ବୟାନ ଦେବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ହୋଇଥିଲା ।

ଯାହାଫଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପାଇଁ ପୁଣିଥରେ ସଂସଦର ଦ୍ୱାର ଖୋଲିଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!