ଓସ୍କାରକୁ ନେଇ କଙ୍ଗନା ରାଣାୱତଙ୍କ ବିବାଦୀୟ ଟିପ୍ପଣୀ

ଓସ୍କାରକୁ ମୂର୍ଖଙ୍କ ଆୱାର୍ଡ କହିବା ସହ ଆମେରିକା ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଜଣେ ସୋସିଆଲ ମିଡିଆ ୟୁଜର୍ସ ସିନେମା ଏମରଜେନସିକୁ ଓସ୍କାର ଆୱାର୍ଡ ମିଳିବା ଉଚିତ ବୋଲି ମତାମତ ରଖିଥିଲେ ।

ଏହାର ପ୍ରତିଉତ୍ତର ରଖି କଙ୍ଗନା କହିଥିଲେ ଓସ୍କାର ହେଉଛି ମୂର୍ଖମାନଙ୍କ ଆୱାର୍ଡ । ଆମେରିକା ବିକାଶଶୀଳ ଦେଶକୁ ନିଜ ଅଧିନରେ ରଖିବାକୁ ଚାହୁଁଛି, ଧମକ ଦିଏ, ସ୍ବର ଚାପେ, ଚାପ ପକାଏ । ନିଜ ଆୱାର୍ଡ ନିଜ ପାଖରେ ରଖୁ ଆମେରିକା ଓ ଭାରତୀୟଙ୍କ ପାଇଁ ଜାତୀୟ ଚଳଚିତ୍ର ସମ୍ମାନ ହିଁ ଯଥେଷ୍ଟ ବୋଲି କହିଛନ୍ତି କଙ୍ଗନା ।

ଜରୁରୀକାଳିନ ପରିସ୍ଥିତିକୁ ନେଇ ନିର୍ମିତ ସିନେମା ଏମରଜେନ୍ସି ଜାନୁଆରୀ ୧୭ରେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବା ସହ ବିବାଦ ମଧ୍ୟ ପଡିଥିଲେ କଙ୍ଗନା ।

Post Views31 Total Count

Apply Now


This will close in 0 seconds

error: Content is protected !!