ଇସ୍ରୋର ୧୦୦ତମ ଉତ୍‌କ୍ଷେପଣ ସଫଳ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ସକାଳ ୬ଟା ୨୩ ମିନିଟ୍‌ରେ ଏନ୍‌ଭିଏସ୍-୦୨କୁ ନେଇ ଜିଏସ୍‌ଏଲ୍‌ଭି-ଏଫ୍୧୫ର ସଫଳ ଉତ୍‌କ୍ଷେପଣ କରିଛି। ଦେଶର ମହାକାଶ ବନ୍ଦରରୁ ଏହା ହେଉଛି ଇସ୍ରୋର ୧୦୦ତମ ଉତ୍‌କ୍ଷେପଣ। ଜିଏସ୍‌ଏଲ୍‌ଭି-ଏଫ୍୧୫ ହେଉଛି ଭାରତର ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଜିଏସ୍ଏଲ୍‌ଭି)ର ୧୭ଶ ଉଡ଼ାଣ ଏବଂ ସ୍ୱଦେଶୀ କ୍ରାୟୋ ଷ୍ଟେଜ୍ ସହ ୧୧ଶ ଉଡ଼ାଣ। ସ୍ୱଦେଶୀ କ୍ରାୟୋଜେନିକ ଷ୍ଟେଜ୍ ସହିତ ଏହା ଜିଏସ୍‌ଏଲ୍‌ଭିର ଅଷ୍ଟମ କାର୍ଯ୍ୟକ୍ଷମ ଉଡ଼ାଣ। ଜିଏସ୍‌ଏଲ୍‌ଭି-ଏଫ୍ ୧୫ ପେଲୋଡ୍ ଫେୟାରିଂ ହେଉଛି ୩.୪ ମିଟର ବ୍ୟାସ ବିଶିଷ୍ଟ ଏକ ଧାତବ ସଂସ୍କରଣ। ସ୍ୱଦେଶୀ କ୍ରାୟୋଜେନିକ ଷ୍ଟେଜ୍ ଥିବା ଜିଏସ୍‌ଏଲ୍‌ଭି-ଏଫ୍ ୧୫ ଏନ୍‌ଭିଏସ୍-୦୨ ଉପଗ୍ରହକୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟରେ ସ୍ଥାପନ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଏକାଧିକ ଛାତ୍ରଛାତ୍ରୀଙ୍କୁ ଲଞ୍ଚପ୍ୟାଡ୍ ନିକଟରେ ହିଁ ଉତ୍‌କ୍ଷେପଣ ଦେଖିବାର ସୁଯୋଗ ଦିଆଯାଇଥିଲା। ଗୁଜରାଟର ତୀର୍ଥ କହିଛନ୍ତି, ମୁଁ ମୋ କଲେଜରୁ ୧୦୦ତମ ଉତ୍‌କ୍ଷେପଣ ଦେଖିବାକୁ ଆସିଥିଲି, ମୁଁ ପ୍ରକୃତରେ ଉତ୍ସାହିତ। ବିହାରର ଅବିନାଶ ନାମକ ଆଉ ଜଣେ ଛାତ୍ର କହିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ଏଭଳି ଉତ୍‌କ୍ଷେପଣ ଦେଖିବାର ସୁଯୋଗ ମିଳିଛି। ଏହା ପୂର୍ବରୁ ମଙ୍ଗଳବାର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି)/ଇସ୍ରୋର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଥିଲେ ଯେ ଏହି ଉତ୍‌କ୍ଷେପଣ ଭାରତର ଆଞ୍ଚଳିକ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍‌କୁ ୪ରୁ ୫ଟି ଉପଗ୍ରହରୁ ଅପଡେଟ୍ କରିବାରେ ସହାୟକ ହେବ। କାର୍ଯ୍ୟକ୍ଷମ ନେଭ୍‌ଆଇସି ଉପଗ୍ରହ ଶୃଙ୍ଖଳାରେ ଏହା ହେଉଛି ପଞ୍ଚମ। ନେଭ୍‌ଆଇସି ଉପଗ୍ରହ ହେଉଛି ଆମର ପୂର୍ବ ନାମିତ ଆଇଆର୍‌ଏନ୍‌ଏସ୍‌ଏସ୍‌ ଉପଗ୍ରହ ବିନ୍ୟାସ ଯାହାକୁ ଭାରତୀୟ ଆଞ୍ଚଳିକ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ କୁହାଯାଏ। ଆମେ ଏଥିରେ ମୋଟ ସାତଟି ଉପଗ୍ରହ ସ୍ଥାପନ କରିବୁ ବୋଲି ସେ କହିଛନ୍ତି। ପୁରୁଣା ଉପଗ୍ରହ ବଦଳରେ ନୂଆ ସିରିଜ୍‌ର ଉପଗ୍ରହ ସ୍ଥାପନ କରାଯାଉଛି ବୋଲି ଦେଶାଇ କହିଛନ୍ତି।

 

Post Views9 Total Count

Apply Now


This will close in 0 seconds

error: Content is protected !!