ଗିରଫ ହେଲା କଫ୍ ସିରପ୍ କମ୍ପାନୀ ମାଲିକ

ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ ।

ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା କରୁଛି । କଫ୍ ସିରପ୍ ମୃତ୍ୟୁ ମାମଲାରେ ରଙ୍ଗନାଥନଙ୍କୁ ଖୋଜାଖୋଜି କରୁଥିଲା ପୋଲିସ ।

କଫ୍ ସିରପ୍ ପିଇ ମଧ୍ୟପ୍ରଦେଶରେ ୨୦ ଶିଶୁଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ପୋଲିସ ଏହି ଗମ୍ଭୀର ମାମଲାକୁ ଦୃଷ୍ଟିରେ ରଖି ଶ୍ରୀସନ ଔଷଧ କମ୍ପାନୀର ପଳାତକ ମାଲିକଙ୍କ ଉପରେ ପୁରସ୍କାର ଘୋଷଣା କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାଯ୍ୟ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

କମ୍ପାନୀର ପଳାତକ ମାଲିକମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର SIT ଦଳ ମଧ୍ୟ ଗଠନ କରାଯାଇଥିଲା । ଯାହାର ପରିଣାମ ସ୍ୱରୂପ ରଙ୍ଗନାଥନଙ୍କୁ ଗିରଫ କରାଯାଇଥିଲା ।

ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବୁଧବାର କହିଛନ୍ତି ଯେ, ରାଜ୍ୟରେ ୨୦ ଜଣ ଶିଶୁ ଦୂଷିତ କଫ ସିରପ ଖାଇ ମୃତ୍ୟୁବରଣ କରିଛନ୍ତି ଏବଂ ଏହି ଗୁରୁତର ଅବହେଳା ପାଇଁ ତାମିଲନାଡୁ ସରକାର ଦାୟୀ ।

Post Views39 Total Count

Apply Now


This will close in 0 seconds

error: Content is protected !!