ଏଥର ହାଇବ୍ରିଡ଼ ମୋଡ଼ରେ ହେବ ପାଠପଢା

କ୍ରମାଗତ ଭାବରେ ବଡୁଥିବା ବାୟୁପ୍ରଦୂଷଣ ପିଲାଠୁ ଆରମ୍ଭ କରି ବୁଢା ପର୍ୟ୍ୟନ୍ତ ସମସ୍ତ ବର୍ଗ ର ଲୋକଙ୍କୁ ହନ୍ତସନ୍ତ କଲାଣି । ଏହାଫଳରେ ବିଶେଷକରି ପିଲାମାନଙ୍କର ବିଗୁଡ଼ୁଥିବା ସ୍ବାସ୍ଥ୍ୟ କୁ ନଜରରେ ରଖି ହରିୟାଣା ସରକାର ଆଣିଛନ୍ତି କିଛି ପରିବତ୍ତର୍ନ । ବାୟୁପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିବା ହେତୁ ହରିୟାଣା ସରକାର କରିଛନ୍ତି ଘୋଷଣା । ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନଜର ରେ ରଖି ସରକାର ତାଙ୍କର ଶିକ୍ଷା ପଦ୍ଧତିରେ ଆଣିଛନ୍ତି ପରିବର୍ତ୍ତନ । ହରିୟାଣା ସରକାରଙ୍କ ଶିକ୍ଷା ବିଭାଗ ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ବିଦ୍ୟାଳୟର ୯ମରୁ ଏକାଦଶ ପର୍ୟ୍ୟନ୍ତ ପିଲାମାନଙ୍କର ହାଇବ୍ରିଡ଼୍ ମୋଡ଼ରେ କ୍ଳାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ନିର୍ଦ୍ଦେଶ ନାମା ଦିଆଯାଇଛି । ଆଦେଶ ଅନୁଯାୟୀ ନବମ ଏବଂ ଏକାଦଶ ପର୍ୟ୍ୟନ୍ତ ଶ୍ରେଣୀଗୁଡ଼ିକ ହାଇବ୍ରିଡ଼ ମୋଡ଼୍ ( ଉଭୟ ଶାରୀରିକ ଏବଂ ଅନଲାଇନ) ପ୍ରକ୍ରିୟା ରେ ପରିଚାଳିତ ହେବ ।

ହରିୟାଣାର ଗୁରୁଗ୍ରାମରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏଜଇଚ ୪ (ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍) କାର୍ୟ୍ୟକାରୀ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ଜ୍ଝ ଗୁରୁଗ୍ରାମ ଡିସି ଅଜୟ କୁମାର ଏନେଇ ଅଧିକାରୀମାନଙ୍କୁ ଏଜଇଚ ୪ ପ୍ରତିବନ୍ଧକକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଜଇଚ ୪ ଆଦେଶ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅଫିସ୍ ସମୟ ପରିବର୍ତ୍ତନ, ଘରୋଇ ଅନୁଷ୍ଠାନରେ ଘରୁ କାମ, ବିଦ୍ୟାଳୟରେ ହାଇବ୍ରିଡ୍ ମୋଡ୍ କ୍ଲାସ୍, ନିର୍ମାଣ ଏବଂ ଭାଙ୍ଗିବା କାର୍ୟ୍ୟକଳାପ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି।

ଏହି ଆଦେଶରେ କୁହାଯାଇଛି, “ଏଜଇଚ ୪ ପ୍ରତିବନ୍ଧକ ଅନୁଯାୟୀ, ରାଜପଥ ଏବଂ ଫ୍ଲାଏଓଭର ସମେତ ଜିଲ୍ଲାରେ ସରକାରୀ ତଥା ବେସରକାରୀ ନିର୍ମାଣ ତଥା ଭାଙ୍ଗିବା କାର୍ୟ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। ଅଣଓସାରିଆ ରାସ୍ତାରେ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଯାନ ଉପରେ ନିଷେଧାଦେଶ ରହିବ। ଅଳିଆ ଆବର୍ଜନା ଜାଳିବା ଉପରେ ଏକ ନିଷେଧାଦେଶ ରଖାଯିବ ଏବଂ ପଲିଥିନ ଏବଂ ପ୍ରଦୂଷିତ ପଦାର୍ଥ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।

Post Views53 Total Count

Apply Now


This will close in 0 seconds

error: Content is protected !!