ରାହୁଲଙ୍କ ଉପରେ ଅଭିଯୋଗ ଆଣିଲେ ମହିଳା ଏମ୍‌ପି

ବିରୋଧୀ ତଥା ଶାସକ ଦଳର ଏମ୍ପିମାନେ ଗୁରୁବାର ବାବାସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଠେଲାପେଲାରେ ଭାଜପା ଏମ୍ପି ପ୍ରତାପ ସଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମୟରେ ରାଜ୍ୟ ସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାର ଗୁରୁତର ଅଭିଯୋଗ ଆଣିଛନ୍ତି। ନାଗାଲାଣ୍ଡ ଭାଜପା ସଦସ୍ୟ ଫାଙ୍ଗନନ କୋନ୍ୟାକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ସଂସଦର ମକର ଫାଟକ ନିକଟରେ ଅନ୍ୟ ଏମ୍ପିଙ୍କ ସହ ବିରୋଧ କରୁଥିଲେ ସେତେବେଳେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ନିକଟକୁ ଆସିଥିଲେ ଆଉ ଚିଲାଇଥିଲେ।

ସେ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଏକ ଚିଠି ଲେଖି କହିଛନ୍ତି, ରାହୁଲ ତାଙ୍କ ସହ ଅଶାଳୀନ ବ୍ୟବହାର କରିଛନ୍ତି। ସେ ମୋର ମାନ ସମ୍ମାନକୁ ଆଘାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଦଳର ନେତା ନିକଟତର ହୋଇଥିଲେ ଏବଂ ମୋତେ ଏହା ଭଲ ଲାଗିଲା ନାହିଁ। ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ, ଏହା ହେବା ଉଚିତ୍ ନୁହେଁ । ଯାହାକୁ ନେଇ ମୁଁ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛି।

Post Views3 Total Count

Apply Now


This will close in 0 seconds

error: Content is protected !!