ମାର୍ଚ୍ଚରେ ରେକର୍ଡ ଭାଙ୍ଗିପାରେ ଗରମ !

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏହି ଅସ୍ବାଭାବିକ ଗରମ ଗହମ ଫସଲ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଆଇଏମ୍‌ଡିର ୨ ଜଣ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ।

ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଅଧିକାଂଶ ରାଜ୍ୟରେ ମାସ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରି ଟପିବ ବୋଲି ଆକଳନ କରାଯାଇଛି। ବିଶ୍ବର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଭାରତ ୨୦୨୫ରେ ପ୍ରଚୁର ଗହମ ଅମଳ ହେବ ବୋଲି ଆଶା ରଖିଥିଲା। ୨୦୨୨ରୁ ଗହମ ଅମଳ ହ୍ରାସ ପାଉଥିବା‌ ବେଳେ ଚଳିତ ବର୍ଷ ଏହା ସ୍ବାଭାବିକ ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଦେଶ କମ୍‌ ଉତ୍ପାଦନ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି।

Post Views17 Total Count

Apply Now


This will close in 0 seconds

error: Content is protected !!