ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍

ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁମୋଦନ କରିଛି । ବିଲ ସପକ୍ଷରେ ୧୨୮ ଭୋଟ୍ ବିପକ୍ଷରେ ୯୫ ଭୋଟ୍ ପଡିଥିଲା । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ ।

ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ ଯୁକ୍ତି ଦର୍ଶାଇଥିବାବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବାବେଳେ NDA ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ।

ଏନଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ ସଭ୍ୟ (୧୨୭) ଥିବାବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି।

Post Views31 Total Count

Apply Now


This will close in 0 seconds

error: Content is protected !!